Asian Games 2026: Deepika Stars with 9 Goals as India Steamroll Thailand 20-1/ଥାଇଲ୍ୟାଣ୍ଡକୁ ୨୦-୧ ରେ ଧୂଳି ଚାଟିଲା ଭାରତୀୟ ମହିଳା ହକି ଟିମ୍, ଦୀପିକାଙ୍କ ନାଁରେ ୯ ଗୋଲ୍

ଏସିଆନ୍ ଗେମ୍ସ ୨୦୨୬: ଥାଇଲ୍ୟାଣ୍ଡକୁ ୨୦-୧ ରେ ଧୂଳି ଚାଟିଲା ଭାରତୀୟ ମହିଳା ହକି ଟିମ୍, ଦୀପିକାଙ୍କ ନାଁରେ ୯ଟି ଗୋଲ୍
ଜାପାନ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳର ବିଜୟ ରଥ ଆଗେଇ ଚାଲିଛି। କାକାମିଗାହାରାର କାୱାସାକି ଜୁକୋ ଷ୍ଟାଡିୟମରେ ଖେଳାଯାଇଥିବା ନିଜର ତୃତୀୟ ପୁଲ୍-ବି (Pool B) ମ୍ୟାଚ୍‌ରେ ଭାରତୀୟ ଟିମ୍ ଥାଇଲ୍ୟାଣ୍ଡକୁ ୨୦-୧ ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବମ୍ପର ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ନାକଆଉଟ୍ ପର୍ଯ୍ୟାୟ ନିକଟତର ହୋଇଛି।
ଦୀପିକାଙ୍କ ଐତିହାସିକ ପ୍ରଦର୍ଶନ
ଏହି ମ୍ୟାଚ୍‌ର ଅସଲି ହିରୋ ଥିଲେ ଡ୍ରାଗ୍-ଫ୍ଲିକର୍ ଦୀପିକା। ସେ ଏକାକୀ ୯ଟି ଗୋଲ୍ ସ୍କୋର କରି ଏକ ଦମଦାର ରେକର୍ଡ ରଚିଛନ୍ତି। ଏହାସହ ଏହି ଟୁର୍ନାମେଣ୍ଟରେ ତାଙ୍କର ମୋଟ ଗୋଲ୍ ସଂଖ୍ୟା ୨୦ରେ ପହଞ୍ଚିଛି। ଦୀପିକାଙ୍କ ବ୍ୟତୀତ ନବନୀତ କୌର ୪ଟି ଗୋଲ୍ ଦେଇଥିବା ବେଳେ ଋତୁଜା ଡାଡାସୋ ପିସାଲ୍ ହାଟ୍ରିକ୍ (୩ଟି ଗୋଲ୍) ହାସଲ କରିଛନ୍ତି। ଏହାଛଡ଼ା ନେହା, ଲାଲରେମସିଆମି, ସାକ୍ଷୀ ଏବଂ ଅଧିନାୟିକା ସଲିମା ଟେଟେ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଥାଇଲ୍ୟାଣ୍ଡ ପକ୍ଷରୁ ସୁପାଂସା ସାମାନ୍ସୋ ମ୍ୟାଚ୍‌ର ୫୭ତମ ମିନିଟ୍‌ରେ ସାନ୍ତ୍ବନାମୂଳକ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲେ।
ଗୋଲ୍‌ର ବର୍ଷା ଜାରି
ପ୍ରଥମ ମ୍ୟାଚ୍‌ରୁ ହିଁ ଭାରତୀୟ ଦଳର ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳୁଛି। ପ୍ରଥମ ମ୍ୟାଚ୍‌ରେ ଉଜବେକିସ୍ତାନକୁ ୧୯-୦ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୭-୧ ରେ ହରାଇବା ପରେ ଏବେ ଥାଇଲ୍ୟାଣ୍ଡକୁ ୨୦-୧ ରେ ହରାଇ ହାଟ୍ରିକ୍ ବିଜୟ ସାଜିଛି ଭାରତ।
ଭାରତୀୟ ଦଳ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ନିଜର ପରବର୍ତ୍ତୀ ମ୍ୟାଚ୍ ଆୟୋଜକ ଦେଶ ଜାପାନ ବିପକ୍ଷରେ ଖେଳିବ।

Leave a Reply

Your email address will not be published. Required fields are marked *