Day 1 Box Office Clash: Nayyi Navelli Beats Prahaar with a Slight Edge/Prahaar vs Nayyi Navelli Box Office: ପ୍ରଥମ ଦିନରେ ବାଜି ମାରିଲା ‘ନୟୀ ନବେଲୀ’, ପଛରେ ରହିଗଲା ରାଜକୁମାର ରାଓଙ୍କ ‘ପ୍ରହାର’!

Prahaar vs Nayyi Navelli Box Office: ବକ୍ସ ଅଫିସରେ କାହାର ଜାମିଲା ଜବରଦସ୍ତ? ପ୍ରଥମ ଦିନରେ କିଏ ମାରିଲା ବାଜି?

ବଲିଉଡରେ ଏବେ ଦୁଇଟି ନୂଆ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ରାଜକୁମାର ରାଓଙ୍କ ଅଭିନୀତ କୋର୍ଟରୁମ ଡ୍ରାମା ‘ପ୍ରହାର’ (Prahaar) ଏବଂ ୟାମୀ ଗୌତମଙ୍କ ‘ନୟୀ ନବେଲୀ’ (Nayyi Navelli) ସିନେମାଘରେ ଏକସାଙ୍ଗେ ମୁକ୍ତିଲାଭ କରିଛନ୍ତି। ତେବେ ପ୍ରଥମ ଦିନର ବକ୍ସ ଅଫିସ ଆକାଉଣ୍ଟ ଖୋଲିବା ପରେ ଏହି ଦୁଇ ଫିଲ୍ମ ମଧ୍ୟରୁ ଆଗରେ କିଏ ରହିଛି, ଆସନ୍ତୁ ଜାଣିବା।
କାହାର ରୋଜଗାର କେତେ?
ରିପୋର୍ଟ ମୁତାବକ, ପ୍ରଥମ ଦିନରେ ଦୁଇଟିଯାକ ଫିଲ୍ମର ଆରମ୍ଭ ବେଶି କିଛି ଖାସ୍ ରହିନାହିଁ, ବରଂ ବେଶ୍ ମନ୍ଥର ଗତିରେ ଟିକେଟ୍ କାଉଣ୍ଟର ଚାଲିଛି। ତଥାପି ୟାମୀ ଗୌତମଙ୍କ ‘ନୟୀ ନବେଲୀ’ ଟିକେ ଆଗୁଆ ରହି ବାଜି ମାରିନେଇଛି।
  • ଫିଲ୍ମ ‘ନୟୀ ନବେଲୀ’ ପ୍ରଥମ ଦିନରେ ଭାରତୀୟ ବଜାରରେ ପ୍ରାୟ ୩.୨୫ କୋଟି ଟଙ୍କା ନେଟ୍ ସଂଗ୍ରହ କରିଛି।
  • ଅନ୍ୟପଟେ ରାଜକୁମାର ରାଓଙ୍କ ‘ପ୍ରହାର’ ମାତ୍ର ୨.୩୫ କୋଟି ଟଙ୍କା ସଂଗ୍ରହ ସହିତ ମନ୍ଥର ଆରମ୍ଭ କରିଛି।
ବିଶ୍ୱବ୍ୟାପୀ (Worldwide) କଲେକ୍ସନ୍ କଥା କହିଲେ, ‘ନୟୀ ନବେଲୀ’ ପ୍ରାୟ ୪.୫୮ କୋଟି ଏବଂ ‘ପ୍ରହାର’ ପ୍ରାୟ ୩.୫୨ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛନ୍ତି।
ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି ଦୁହେଁ
ଷ୍ଟାର କାଷ୍ଟ ବଡ଼ ଥିଲେ ମଧ୍ୟ ପ୍ରଥମ ଦିନରେ ଦୁଇଟିଯାକ ଫିଲ୍ମ ଦର୍ଶକଙ୍କୁ ସେତେଟା ସିନେମାହଲ୍ ଆଡ଼କୁ ଆକର୍ଷିତ କରିପାରି ନାହାନ୍ତି। ତେବେ ଓପନିଂ ଡେ’ରେ ‘ନୟୀ ନବେଲୀ’ ସାମାନ୍ୟ ଆଗରେ ଥିଲେ ହେଁ, ପ୍ରକୃତ୍ ଫଳାଫଳ ଆସନ୍ତା ଶନିବାର ଏବଂ ରବିବାରର ୱିକେଣ୍ଡ (Weekend) କଲେକ୍ସନ୍ ଉପରେ ନିର୍ଭର କରୁଛି। ଛୁଟିଦିନଗୁଡ଼ିକରେ ଯଦି ଭଲ ଜମ୍ପ୍ ନମିଳେ, ତେବେ ବକ୍ସ ଅଫିସରେ ଏମାନଙ୍କ ପାଇଁ ଆଗକୁ ବାଟ କଷ୍ଟସାଧ୍ୟ ହୋଇପାରେ।

Leave a Reply

Your email address will not be published. Required fields are marked *