ଘାଟିକିଆରେ ‘ବଜରଙ୍ଗୀ ଖେଳପଡ଼ିଆ’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରର ଘାଟିକିଆଠାରେ ନିର୍ମିତ ଆଧୁନିକ ‘ବଜରଙ୍ଗୀ ଖେଳପଡ଼ିଆ’ ଆଜି ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ପ୍ରସ୍ତୁତ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ସ୍ଥାନୀୟ କ୍ରୀଡ଼ାବିତ୍, ଯୁବବର୍ଗ ଏବଂ ସାଧାରଣ ନାଗରିକଙ୍କ ପାଇଁ ଏହି ଖେଳପଡ଼ିଆରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପାଇଁ ଆବଶ୍ୟକ ସମସ୍ତ ସୁବିଧା ରହିଛି । ଅଞ୍ଚଳରେ କ୍ରୀଡ଼ାର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ BDA ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ପଡ଼ିଆ କାର୍ଯ୍ୟକ୍ଷମ ହେବା ଦ୍ୱାରା ଘାଟିକିଆ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇପାରିଛି ।



