News Inshot

Odisha Panchayat Polls Expected by March-End or Early April/ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ!

ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ! ଅକ୍ଟୋବର ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ପଞ୍ଚାୟତ ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ…

“Justice Process Stalled”: RG Kar Victim’s Mother Expresses Anger Over CBI Probe Delay/ସରକାର ବଦଳିଲା, ହେଲେ ନ୍ୟାୟ ମିଳିଲାନି: CBI ତଦନ୍ତକୁ ନେଇ ପୁଣି ବର୍ଷିଲେ ଆର.ଜି. କର ପୀଡ଼ିତାଙ୍କ ମା’..

ସିବିଆଇ ତଦନ୍ତକୁ ନେଇ ପୁଣି କ୍ଷୋଭ: ସରକାର ବଦଳିଲା, ହେଲେ ନ୍ୟାୟ ମିଳିଲାନି – ଆର.ଜି. କର ପୀଡ଼ିତାଙ୍କ ମା’ ବାରାକପୁର:କୋଲକାତା ଆର. ଜି. କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ (CBI) ତଦନ୍ତର ମନ୍ଥର ଗତିକୁ ନେଇ ପୁଣି ଥରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ମା’ ପାଣିହାଟୀର ବିଜେପି ବିଧାୟିକା ରତ୍ନା ଦେବନାଥ। ବାରାକପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସିବିଆଇର କାର୍ଯ୍ୟଶୈଳୀ ଓ ଆଇନଗତ ପ୍ରକ୍ରିୟାରେ…

“Teachers Play Key Role in Nation Building”: CM Mohan Majhi Addresses Students in Cuttack/ଗୁରୁ ଦିବସ ଅବସରରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ: ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ, ୫ ସେପ୍ଟେମ୍ବର ୨୦୨୬:ପବିତ୍ର ଗୁରୁ ଦିବସ ଅବସରରେ କଟକସ୍ଥିତ ଐତିହାସିକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ସର୍ବପଲ୍ଲୀ ଡ. ରାଧାକୃଷ୍ଣନ୍‌ଙ୍କ ଜନ୍ମଜୟନ୍ତୀ ତଥା ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜ ଗଠନରେ ଶିକ୍ଷକମାନଙ୍କର…

US Open: Serena and Venus Williams Bow Out in First Round of Doubles/ୟୁଏସ୍ ଓପନ୍: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସେରେନା-ଭେନସ୍‌ ଯୋଡ଼ି

ୟୁଏସ୍ ଓପନ୍: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସେରେନା-ଭେନସ୍‌ ଯୋଡ଼ି ୟୁଏସ୍‌ ଓପନ୍ ମହିଳା ଡବଲ୍ସରେ ସେରେନା ୱିଲିୟମ୍ସ ଓ ଭେନସ୍‌ ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ନିରାଶାଜନକ ରହିଛି। ଶୁକ୍ରବାର ରାତିରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ୱିଲିୟମ୍ସ ଭଗିନୀ ହାଓ-ଚିଂ ଚାନ୍‌ (ତାଇୱାନ) ଏବଂ ମାୟା ଜଏଣ୍ଟ (ଅଷ୍ଟ୍ରେଲିଆ) ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି କଡ଼ା ମୁକାବିଲାରେ ସେରେନା ଓ ଭେନସ୍…

Manmohan Singh’s Memorial to be Built at Rajghat; DUAC Grants Approval/ରାଜଘାଟରେ ନିର୍ମାଣ ହେବ ମନମୋହନ ସିଂହଙ୍କ ସ୍ମାରକୀ, DUAC ଦେଲା ମଞ୍ଜୁରୀ

ରାଜଘାଟରେ ନିର୍ମାଣ ହେବ ମନମୋହନ ସିଂହଙ୍କ ସ୍ମାରକୀ, DUAC ଦେଲା ମଞ୍ଜୁରୀ ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡଃ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ବାଟ ଫିଟିଛି। ଦିଲ୍ଲୀର ରାଜଘାଟ ନିକଟସ୍ଥ ‘ରାଷ୍ଟ୍ରୀୟ ସ୍ମୃତି ସ୍ଥଳ’ଠାରେ ଏହି ସ୍ମାରକୀ ନିର୍ମାଣ ପାଇଁ ଦିଲ୍ଲୀ ଅର୍ବାନ୍ ଆର୍ଟ କମିଶନ୍ (DUAC) ମଞ୍ଜୁରୀ ପ୍ରଦାନ କରିଛି। କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (CPWD) ପକ୍ଷରୁ ଦାଖଲ କରାଯାଇଥିବା ନକ୍ସାକୁ କମିଶନ୍ ଅନୁମୋଦନ କରିବା ସହ କେତେକ ନିର୍ଦ୍ଦିଷ୍ଟ…