News Inshot

Duleep Trophy Final: Vivek Razdan Advises Vaibhav Sooryavanshi to Follow Ishan Kishan’s Footsteps/କେବଳ ଶଟ୍ ନୁହେଁ, ବଡ଼ ଇନିଂସ ଖେଳିବା ଶିଖ: ବୈଭବଙ୍କୁ ଇଶାନଙ୍କ ଉଦାହରଣ ଦେଲେ ରଜଦାନ

ଇଶାନ କିଶନଙ୍କଠାରୁ ଶିଖିବାକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପରାମର୍ଶ ଖେଳ ଖବର: ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଇଷ୍ଟ ଜୋନ୍ କ୍ୟାପଟେନ୍ ଇଶାନ କିଶନଙ୍କ ଏକ ଚମତ୍କାର ଇନିଂସ ଦେଖିବାକୁ ମିଳିଛି। ଚେନ୍ନାଇର ଅତ୍ୟାଧିକ ଗରମ ଓ ଆର୍ଦ୍ରତା ମଧ୍ୟରେ ଇଶାନ ୨୫୦ ରନ୍‌ର ଏକ ବିଶାଳ ଇନିଂସ ଖେଳି ଶେଷରେ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଥିଲେ। ଏହି ଚିତ୍ତାକର୍ଷକ ଇନିଂସକୁ ନେଇ କାମେଣ୍ଟ୍ରି କରୁଥିବା ପୂର୍ବତନ କ୍ରିକେଟର ବିବେକ ରଜଦାନ ଯୁବ ଓ ବିସ୍ଫୋରକ ବ୍ୟାଟର…

CM Mohan Majhi Blessed by Sadhvi Rithambhara During Puri Visit/ସନାତନ ଚେତନା ଓ ନୈତିକ ମୂଲ୍ୟବୋଧ ହିଁ ବିକଶିତ ଓଡ଼ିଶାର ମୂଳ ଶକ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀରେ ସାଧ୍ୱୀ ଋତମ୍ଭରାଙ୍କ ଭଗବତ୍ କଥା: ଯୋଗଦେଇ ପ୍ରବଚନ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ, ୭ ସେପ୍ଟେମ୍ବର: ପବିତ୍ର ଧାମ ପୁରୀଠାରେ ଆୟୋଜିତ ସାଧ୍ୱୀ ଋତମ୍ଭରା ଜୀଙ୍କ ଭଗବତ୍ କଥା କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ସେଠାରେ ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ସାଧ୍ୱୀ ଋତମ୍ଭରାଙ୍କ ଶ୍ରୀମଦ୍ ଭାଗବତ କଥା ଶ୍ରବଣ କରି ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ…

71-Ft High Idol, Silver Jewels & Light Show: Baramunda Gears Up for Grand Ganesh Festival/ଓଡ଼ିଶାର ସବୁଠୁ ଉଚ୍ଚ ଗଣେଶ ମୂର୍ତ୍ତି ଗଢ଼ୁଛି ସ୍ମାର୍ଟ ୟୁଥ୍ ଫୋର୍ସ, ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ମହାପୂଜା

ଭୁବନେଶ୍ୱର ବରମୁଣ୍ଡାରେ ଓଡ଼ିଶାର ସବୁଠୁ ଉଚ୍ଛ ଗଣେଶ ମୂର୍ତ୍ତି: ୭୧ ଫୁଟ୍ ପ୍ରତିମା ସହ ୭ ଦିନ ଧରି ଚାଲିବ ଧୂମଧାମ୍ ଆୟୋଜନ ଭୁବନେଶ୍ୱର:ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାରେ ଦେଖିବାକୁ ମିଳିବ ଓଡ଼ିଶାର ସବୁଠାରୁ ଉଚ୍ଚ ଗଣେଶ ପ୍ରତିମୂର୍ତ୍ତି। ସ୍ମାର୍ଟ ୟୁଥ୍ ଫୋର୍ସ ଅର୍ଗନାଇଜେସନ୍ ପକ୍ଷରୁ ଏହି ପୂଜା ଆୟୋଜିତ ହେଉଥିବା ବେଳେ, ଚଳିତ ବର୍ଷ ଅନୁଷ୍ଠାନ ପୂଜା ଆୟୋଜନର ୧୧ ବର୍ଷରେ ପଦାର୍ପଣ କରୁଛି। ଏହି ପୂଜା ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ…

Amazon Cargo Plane Crash in Miami:5 Killed, 5 Injured/ଆମାଜନ୍‌ ‘Prime Air’ବିମାନ ଦୁର୍ଘଟଣାଗ୍ରସ୍ତ: ମିଆମିରେ ୫ ଜଣଙ୍କ ମୃତ୍ୟୁ..

ମିଆମିରେ ରନୱେରୁ ଖସିପଡ଼ିଲା ମାଲବାହୀ ବିମାନ: ୫ ମୃତ, ୫ ଗୁରୁତର ମିଆମି: ଆମେରିକାର ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସାନ୍ ହୁଆନ୍‌ରୁ ଆସୁଥିବା ଆମାଜନ୍ ଏୟାର୍‌ର ଏକ ‘ବୋଇଂ ୭୬୭’ ମାଲବାହୀ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା। ଫଳରେ ବିମାନଟି ରନୱେ ବାହାରେ ଥିବା ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତିଗତ ଗାଡ଼ିକୁ ପିଟିବା ସହ ନିଆଁ ଧରିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ…

Real-Life Heroics: Union Minister Suresh Gopi Forces Open Toll Plaza After Mass Jam/ସିନେମା ଷ୍ଟାଇଲରେ ମନ୍ତ୍ରୀଙ୍କ ଆକ୍ସନ୍:ଗାଡ଼ିରୁ ଓହ୍ଲାଇ ଗେଟ୍ ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ..

ଟୋଲ୍ ଗେଟ୍‌ରେ ପ୍ରବଳ ଜାମ୍: ନିଜେ ଓହ୍ଲାଇ ଗେଟ୍ ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତ୍ରିଶୂର (କେରଳ): କେରଳର ତ୍ରିଶୂରସ୍ଥିତ ପାଲିୟେକ୍କରା ଟୋଲ୍ ପ୍ଲାଜାରେ ପ୍ରବଳ ଗାଡ଼ି ଜାମ୍ ଦେଖି ନିଜେ ଗାଡ଼ିରୁ ଓହ୍ଲାଇ ସବୁ ଟୋଲ୍ ଗେଟ୍ ଖୋଲିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସୁରେଶ ଗୋପୀ।ସୂଚନା ଅନୁସାରେ, କୋଚି-ସାଲେମ୍ ଜାତୀୟ ରାଜପଥରେ ଥିବା ଏହି ଟୋଲ୍ ପ୍ଲାଜାରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ୍ ଲାଗିରହିଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ଶହ…