କରୀନା-ସୈଫଙ୍କ ଘନଘନ ମିଡିଆ ଆପିୟରାନ୍ସ; ଆର୍ଥିକ ସମସ୍ୟାକୁ ନେଇ ଚର୍ଚ୍ଚା ଜୋର
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡ଼ି ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନଙ୍କୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଉଭୟଙ୍କୁ ବିଭିନ୍ନ ରିଆଲିଟି ଶୋ’, ଟକ୍ ଶୋ’ ଏବଂ ବ୍ରାଣ୍ଡ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳୁଛି। ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ଏବଂ ‘କଫି ୱିଥ୍ କରଣ’ ଭଳି ଚର୍ଚ୍ଚିତ ଶୋ’ରେ ସେମାନଙ୍କର ଘନଘନ ଉପସ୍ଥିତି ପରେ, ସେମାନେ କୌଣସି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କି ବୋଲି ନେଟିଜେନ୍ସ ପ୍ରଶ୍ନ ଉଠାଉଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍ (Reddit) ରେ କେତେକ ବ୍ୟବହାରକାରୀ ଦାବି କରିଛନ୍ତି ଯେ, ସୈଫ ନିକଟରେ ଇନ୍ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲି ବ୍ରାଣ୍ଡ ପ୍ରମୋସନ କରୁଛନ୍ତି ଏବଂ କରୀନା ମଧ୍ୟ ଅଧିକ କାମ କରୁଛନ୍ତି। “ରୋଜଗାର ଜାରି ରଖିବାକୁ ସେମାନେ ଏପରି କରୁଛନ୍ତି” ବୋଲି ନେଟିଜେନ୍ସ ଆଲୋଚନା କରୁଛନ୍ତି।
ତେବେ ଏହି ସମସ୍ତ ଚର୍ଚ୍ଚାକୁ ମନଗଢ଼ା ବୋଲି କୁହାଯାଉଛି। ବଲିଉଡ ବିଶ୍ଲେଷକଙ୍କ ଅନୁଯାୟୀ, ଉଭୟ ସୈଫ ଓ କରୀନା ବଲିଉଡର ସଫଳ ଅଭିନେତା। ସେମାନଙ୍କର ଅନେକ ବ୍ୟବସାୟ ଓ ରିଅଲ ଏଷ୍ଟେଟ୍ ବିନିଯୋଗ ରହିଛି। ଶୋ’ଗୁଡ଼ିକରେ ସେମାନଙ୍କର ଉପସ୍ଥିତି କେବଳ ବ୍ରାଣ୍ଡ ପ୍ରମୋସନ ଏବଂ ପ୍ରଚାରର ଗୋଟିଏ ଭାଗ। ନିଜ ଆର୍ଥିକ ସ୍ଥିତିକୁ ନେଇ କପିଲ ଶୋ’ରେ ସୈଫ ହସଖୁସିରେ କହିଥିବା କଥାକୁ ଲୋକେ ଭୁଲ ଭାବରେ ଗ୍ରହଣ କରିଛନ୍ତି। ତେଣୁ ଏହି ସବୁ ସୋସିଆଲ ମିଡିଆର ଗସିପ୍ ଛାଡ଼ି ଆଉ କିଛି ନୁହେଁ।



