CM Mohan Charan Majhi Flags Off New Bhubaneswar-Ekta Nagar Train on Rashtriya Ekta Diwas/ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱର-ଏକତା ନଗର ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱର-ଏକତା ନଗର ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ ଅକ୍ଟୋବର (ଆଞ୍ଚଳିକ ଖବର): ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ରାଜ୍ୟର ରେଳ ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଗୁଜରାଟର ଏକତା ନଗର (ଷ୍ଟାଚ୍ୟୁ ଅଫ୍ ୟୁନିଟି) ଅଭିମୁଖେ ଯାତ୍ରା କରିବାକୁ ଥିବା ନୂତନ ରେଳଗାଡ଼ିର ଆଜି ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହି ଟ୍ରେନର ଗଡ଼ିବା ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଐକ୍ୟ ଓ ଅଖଣ୍ଡତାର ପ୍ରତୀକ ଭାବେ ଏହି ଟ୍ରେନ୍ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ବିଶେଷ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିପୀଠ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭ୍ରମଣରେ ଯାଉଥିବା ଓଡ଼ିଶାର ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଏହି ସିଧାସଳଖ ଟ୍ରେନ୍ ସେବା ବେଶ୍ ଫଳପ୍ରଦ ହେବ।

ଷ୍ଟେସନ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରେଳବାଇର ବରିଷ୍ଠ ଆଧିକାରୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ନୂତନ ଟ୍ରେନ୍ ଚଳାଚଳ ଦ୍ୱାରା ଦୀର୍ଘଦିନର ଯାତ୍ରୀ ସୁବିଧା ଦାବି ପୂରଣ ହୋଇପାରିଛି ବୋଲି ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *