ଏସୀୟ ପାରା ଗେମ୍ସ: ୧୧୪ ମେଡାଲ ଜିତି ଇତିହାସ ରଚିଲେ ଭାରତୀୟ ଆଥଲେଟ୍; ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ୫ମ ଏସୀୟ ପାରା ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନୂଆ ଇତିହାସ ରଚିଛନ୍ତି। ଏଥର ଭାରତୀୟ ଦଳ ସୋସିଆଲ ମିଡିଆ ଓ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଦେଶ ସମୋଟ ୧୧୪ଟି ମେଡାଲ ନିଜ ନାମରେ କରିଛି।
ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପାରା-ଆଥଲେଟ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ (X) ମାଧ୍ୟମରେ ସେ କହିଛନ୍ତି ଯେ, ଏହା ଦେଶ ପାଇଁ ଗୌରବ ଓ ଆନନ୍ଦର ମୁହୂର୍ତ୍ତ। ଆଥଲେଟ୍ମାନଙ୍କର କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ଜିତ୍ କରିବାର ନିଷ୍ଠା ଆଜି ଦେଶକୁ ଏହି ସ୍ଥାନରେ ପହଞ୍ଚାଇଛି।
ମେଡାଲ ତାଲିକାରେ ଭାରତ (୪ର୍ଥ ସ୍ଥାନ):
-
ସୁନା (Gold): ୩୦
-
ରୂପା (Silver): ୩୫
-
କାଂସ୍ୟ (Bronze): ୪୯
-
ମୋଟ ମେଡାଲ: ୧୧୪
ପୂର୍ବରୁ ହାଙ୍ଗଝୁ ଗେମ୍ସରେ ଭାରତୀୟ ଦଳ ୧୦୮ଟି ମେଡାଲ ଜିତିଥିବା ବେଳେ, ଏଥର ସେହି ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ଟ୍ରାକ୍ ଆଣ୍ଡ ଫିଲ୍ଡ, ସୁଟିଂ, ବ୍ୟାଡମିଣ୍ଟନ୍ ଓ ଜାଭେଲିନ୍ଥ୍ରୋ ପରି ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଦମଦାର୍ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।



