ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ‘ରାମାୟଣ ପାର୍ଟ-୧’ର ରିଲିଜ୍ ତାରିଖ ଘୋଷଣା; କେବେଠୁ ହେବ ଟିକେଟ୍ ବୁକିଂ?
ବଲିଉଡ୍ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଅତ୍ୟନ୍ତ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ ୱାନ୍’ (Ramayana: Part One) ର ରିଲିଜ୍ ତାରିଖକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର ହୋଇଛି। ନବରାତ୍ରୀ ଅବସରରେ ନିର୍ମାତାମାନେ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିବା ସହ ଏକ ନୂଆ ପୋଷ୍ଟର ମଧ୍ୟ ଜାରି କରିଛନ୍ତି।
କେବେ ପରଦାକୁ ଆସୁଛି ସିନେମା?
ଏହି ପୌରାଣିକ ମହାକାବ୍ୟ ତଥା ଫିଲ୍ମଟି ଆସନ୍ତା ନଭେମ୍ବର ୫, ୨୦୨୬ (ଦୀପାବଳି) ପୂର୍ବରୁ ବିଶ୍ୱବ୍ୟାପୀ ସିନେମାଘରଗୁଡ଼ିକରେ ମୁକ୍ତିଲାଭ କରିବ। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ଏହା ଆଇମ୍ୟାକ୍ସ (IMAX) ଏବଂ ଥ୍ରୀଡି (3D) ଭଳି ପ୍ରିମିୟମ ଫର୍ମାଟ୍ରେ ପ୍ରଦର୍ଶିତ ହେବ।
କେବେଠୁ କରିପାରିବେ ଟିକେଟ୍ ବୁକିଂ?
ଦର୍ଶକମାନେ ଆସନ୍ତା ଦଶହରା ଅର୍ଥାତ୍ ଅକ୍ଟୋବର ୨୦, ୨୦୨६ରୁ ଏହି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ (Advance Booking) କରିପାରିବେ ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି।
ଷ୍ଟାର୍ କାଷ୍ଟ୍ କିଏ ଅଛନ୍ତି?
ଏହି ବ୍ଲକବଷ୍ଟର ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା, ୟଶ୍ ଲଙ୍କାପତି ରାବଣ ଏବଂ ସନ୍ନି ଦେଓ୍ୱାଲ୍ ଭଗବାନ ହନୁମାନ ଭୂମିକାରେ ନଜର ଆସିବେ। ତେବେ ସିନେମା ପ୍ରେମୀମାନେ ଏହି ବ୍ରହ୍ମାଣ୍ଡର ଆରମ୍ଭକୁ ବଡ଼ ପରଦାରେ ଦେଖିବା ପାଇଁ ଏବେଠାରୁ ବେଶ୍ ଉତ୍ସାହିତ ଅଛନ୍ତି।



