ଦେଶୀ ପ୍ରଯୁକ୍ତିରେ ୫ଜି ଆସିବାକୁ ପ୍ରସ୍ତୁତ BSNL: ‘ଭାଣୀ’ ଚାଟବଟ୍ ଓ ‘ଭାରତ ସନ୍ଦେଶ’ ପ୍ଲାଟଫର୍ମ ମଧ୍ୟ ଲଞ୍ଚ୍
ଦେଶରେ ନିଜସ୍ୱ ୪ଜି ସେଭା ସଫଳତାର ସହ ଆଗକୁ ବଢ଼ାଇବା ପରେ, ସରକାରୀ ଟେଲିକମ୍ କମ୍ପାନୀ BSNL ଏବେ ଦେଶୀ ପ୍ରଯୁକ୍ତିବିଦ୍ୟାରେ ୫ଜି ସେବା ଆରମ୍ଭ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।
ଦେଶର ମୋବାଇଲ୍ ଗ୍ରାହକଙ୍କୁ ଅଧିକ ଭଲ ସେବା ଦେବା ପାଇଁ BSNL କିଛି ନୂଆ ଏବଂ ଜବରଦସ୍ତ ଫିଚର୍ସ ଆଣିଛି:
-
ସ୍ମାର୍ଟ ‘ଭାଣୀ’ ଚାଟବଟ୍: କମ୍ପାନୀର AI-ଆଧାରିତ ସହାୟକ ‘ଭାଣୀ’ (Vani) କୁ ଅଧିକ ଆଧୁନିକ କରାଯାଇଛି। ଏହା ଜରିଆରେ ଗ୍ରାହକମାନେ ନିଜ ଅଞ୍ଚଳର ନେଟୱାର୍କ ସ୍ଥିତି ସିଧାସଳଖ ଜାଣିପାରିବେ ଏବଂ କୌଣସି ଜଟିଳ ଫର୍ମ ନ ପୂରାଇ କେବଳ କଥା ହୋଇ (Voice-based) ନିଜ ଅଭିଯୋଗ ପଞ୍ଜିକରଣ କରିପାରିବେ। ସବୁଠୁ ବଡ଼ କଥା ହେଲା, ଏହା ଆଞ୍ଚଳିକ ଭାଷାରେ ମଧ୍ୟ କାମ କରିବ।
-
‘ଭାରତ ସନ୍ଦେଶ’ର ଶୁଭାରମ୍ଭ: ସରକାର ଏବଂ ନାଗରିକଙ୍କ ମଧ୍ୟରେ ସୁରକ୍ଷିତ ଯୋଗାଯୋଗ ପାଇଁ ‘ଭାରତ ସନ୍ଦେଶ’ (Bharat Sandesh) ନାମକ ଏକ ନୂଆ ଡିଜିଟାଲ୍ ପ୍ଲାଟଫର୍ମ ଅଣାଯାଇଛି। ଏହା ମାଧ୍ୟମରେ ସରକାରୀ ବିଭାଗ, ବ୍ୟାଙ୍କ ଏବଂ ବିଭିନ୍ନ ୟୁଟିଲିଟି ସେବା ପକ୍ଷରୁ ଆସୁଥିବା ମେସେଜ୍ ଗୁଡ଼ିକ ଯାଞ୍ଚକୃତ (Verified) ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ, ଯାହା ଦ୍ୱାରା ଲୋକେ ଠକେଇରୁ ବର୍ତ୍ତି ପାରିବେ।
-
ସାଇବର ସୁରକ୍ଷା ଓ ଅନ୍ୟାନ୍ୟ ଅପଡେଟ୍: ନେଟୱାର୍କକୁ ଅଧିକ ସୁରକ୍ଷିତ ଓ ସାଇବର ଆକ୍ରମଣରୁ ମୁକ୍ତ ରଖିବା ପାଇଁ BSNL ସାପ୍ତାଙ୍ଗ ଲାବ୍ସ (Saptang Labs) ସହ ହାତ ମିଳାଇଛି। ଏହାସହ ଜାପାନର ‘ଫୁଜିତ୍ସୁ’ (Fujitsu) କମ୍ପାନୀ ସହ ମିଶି ଅତି ଦ୍ରୁତଗତିର ଅଲ୍-ଫୋଟୋନିକ୍ସ ନେଟୱାର୍କ (APN) ପ୍ରସ୍ତୁତ କରିବାକୁ ମଧ୍ୟ ଯୋଜନା ରହିଛି।
ଆଗାମୀ ଦିନରେ BSNL ର ଏହି ପଦକ୍ଷେପଗୁଡ଼ିକ ଦେଶର ଟେଲିକମ୍ ବଜାରରେ ଗ୍ରାହକଙ୍କ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ଆଶା କରାଯାଉଛି।



