ଡାକ୍ତର ଓ ହସ୍ପିଟାଲ୍ଙ୍କ ମନମୁଖୀ ବିଜ୍ଞାପନ ଉପରେ କଟକଣା: NMC ଆଣିଲା ନୂଆ ନିୟମ
ଡାକ୍ତରୀ ସେବା ନାଁରେ ଚାଲିଥିବା ଭ୍ରାମକ ବିଜ୍ଞାପନ ଏବଂ ପ୍ରଚାର ଉପରେ ଏବେ ଲଗାମ ଲଗାଇଛନ୍ତି ଜାତୀୟ ମେଡିକାଲ କମିଶନ (NMC)। ଏଣିକି ଡାକ୍ତର କିମ୍ବା ହସ୍ପିଟାଲଗୁଡ଼ିକ ଗ୍ରାହକ/ରୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ଜାଲ୍ ଭିଡିଓ, କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ତିଆରି ସ୍ୱର, ଫେକ୍ ରିଭ୍ୟୁ କିମ୍ବା ରୋଗୀଙ୍କ ମତାମତ (Testimonials) ବ୍ୟବହାର କରିପାରିବେ ନାହିଁ।
ନୂଆ ନିୟମରେ କ’ଣ କଟକଣା ଲଗାଯାଇଛି?
-
AI ଓ ମିଛ ଭିଡିଓ ବ୍ୟାନ: AI ଜରିଆରେ ରୋଗୀଙ୍କର ନକଲି ସ୍ୱର, ଭିଡିଓ କିମ୍ବା ଚିକିତ୍ସା ପୂର୍ବର ଓ ପରର (“Before & After”) ଫଟୋ ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରିବା ସମ୍ପୂର୍ଣ୍ଣ ମନା।
-
‘ସବୁଠୁ ଶ୍ରେଷ୍ଠ’ ଦାବି କରିପାରିବେନି: “୧୦୦% ଗ୍ୟାରେଣ୍ଟି”, “#୧ ହସ୍ପିଟାଲ୍” କିମ୍ବା “ସବୁଠାରୁ ଭଲ ଡାକ୍ତର” ଭଳି ଶବ୍ଦ ବିଜ୍ଞାପନରେ ଲେଖିବା ଉପରେ ରୋକ ଲଗାଯାଇଛି।
-
ପେଡ୍ ରାଙ୍କିଂ ଓ ଇନଫ୍ଲୁଏନ୍ସର: ଟଙ୍କା ଦେଇ ସୋସିଆଲ ମିଡିଆରେ ରାଙ୍କିଂ ବଢ଼ାଇବା କିମ୍ବା ଇନଫ୍ଲୁଏନ୍ସରଙ୍କ ଦ୍ୱାରା ପ୍ରଚାର କରାଇ ରୋଗୀ ଟାଣିବା ବେଆଇନ।
-
ଅଫର ଓ ଡିସକାଉଣ୍ଟ ମନା: ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାରର ଡିସକାଉଣ୍ଟ, କ୍ୟାସବ୍ୟାକ୍ କିମ୍ବା ମାଗଣା ସେବାର ଲୋଭ ଦେଖାଇ ହେବନାହିଁ।
ଡାକ୍ତରମାନେ କ’ଣ କରିପାରିବେ? ସାଧାରଣ ଲୋକଙ୍କ ଜାଗରୂକତା ପାଇଁ ସାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ତଥ୍ୟ, ସଚେତନତା ବାର୍ତ୍ତା, ଡାକ୍ତରଙ୍କ ଯୋଗ୍ୟତା, ଫିସ୍ ଏବଂ ହସ୍ପିଟାଲର ସମୟ ସୂଚୀ ନିଜ ୱେବସାଇଟ୍ରେ ଦେଇପାରିବେ।
ଏହି ନିୟମ ଅମାନ୍ୟ କଲେ ସମ୍ପୃକ୍ତ ଡାକ୍ତର କିମ୍ବା ମେଡିକାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କ ଲାଇସେନ୍ସ ବାତିଲ ମଧ୍ୟ ହୋଇପାରେ।



