Indian Air Force Ready for Multi-Domain Challenges, Says Air Chief Marshal A. P. Singh/ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବାୟୁସେନା ସଦାସର୍ବଦା ପ୍ରସ୍ତୁତ: ବାୟୁସେନା ମୁଖ୍ୟ

‘ଭାରତୀୟ ବାୟୁସେନା ଏବେ ଏକ ଶକ୍ତିଶାଳୀ ଓ ଆଧୁନିକ ନେଟୱାର୍କ-ସେଣ୍ଟ୍ରିକ ଫୋର୍ସ’: ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ

ନୂଆଦିଲ୍ଲୀ / ଗାଜିଆବାଦ:
ଭାରତୀୟ ବାୟୁସେନା (IAF) ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ, ଆଧୁନିକ ଓ ସମର୍ଥ ସୈନ୍ୟବାହିନୀ ମଧ୍ୟରେ ଅନ୍ୟତମ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ପ୍ରକାଶ କରିଛନ୍ତି। ୯୪ତମ ବାୟୁସେନା ଦିବସ ଅବସରରେ ଗାଜିଆବାଦସ୍ଥିତ ହିନ୍ଦନ ଏୟାରବେସରେ ଆୟୋଜିତ ଭବ୍ୟ ସମାରୋହରେ ଉଦବୋଧନ ଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି।
ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଏବଂ ବିଭିନ୍ନ ସଂଘର୍ଷରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେକୌଣସି ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ବାୟୁଶକ୍ତି (Air Power) ର ଭୂମିକା ସବୁଠାରୁ ପ୍ରମୁଖ। ସମୟ ସହ ତାଳ ଦେଇ ଭାରତୀୟ ବାୟୁସେନା ଏବେ ଏକ ଆଡଭାନ୍ସଡ ‘ନେଟୱାର୍କ-ସେଣ୍ଟ୍ରିକ’ ଏବଂ ମଲ୍ଟି-ଡୋମେନ୍ ବାହିନୀରେ ପରିଣତ ହୋଇସାରିଛି।
ସେ ଆହୁରି ମଧ୍ୟ କହିଛନ୍ତି, “ଆମର ଯୁଦ୍ଧ କ୍ଷମତା ଓ ପ୍ରସ୍ତୁତି ସଠିକ୍ ଦିଗରେ ଆଗେଇ ଚାଲିଛି। ଯେକୌଣସି ଜରୁରୀ କିମ୍ବା ଆପାତକାଳୀନ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ବାୟୁସେନା ସଦାସର୍ବଦା ସଜାଗ ଓ ପ୍ରସ୍ତୁତ ରହିଛି।” ଏହି ସମାରୋହରେ ଆର୍ମି, ନେଭି ଓ ବାୟୁସେନାର ପ୍ରମୁଖ ଅଧିକାରୀଙ୍କ ସହ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *