Odisha Launches ‘Krushi Unnata Sahayogi’ Scheme: OUAT Final-Year Students to Assist Farmers Across 314 Blocks/OUAT ଛାତ୍ରଛାତ୍ରୀ ହେବେ ‘କୃଷି ଉନ୍ନତ ସହଯୋଗୀ’: ୩୧୪ ବ୍ଲକରେ ଯୋଗାଇବେ ସେବା

ଓଡ଼ିଶାର ଚାଷୀ ଏବଂ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଶେଷ ବର୍ଷର କୃଷି ଏବଂ ଉଦ୍ୟାନ କୃଷି ଛାତ୍ରଛାତ୍ରୀମାନେ ଏବେ ‘କୃଷି ଉନ୍ନତ ସହଯୋଗୀ’ ଭାବେ ଗାଁ ଗାଁରେ କାମ କରିବେ।
ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ମୋଟ ୯୬୪ ଜଣ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବ।
ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ ମାସିଆ ଇଣ୍ଟର୍ନସିପ୍ ସମୟରେ ଛାତ୍ରଛାତ୍ରୀମାନେ ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚି ଫସଲ ରୋଗ ନିୟନ୍ତ୍ରଣ, କୀଟନାଶକ ବ୍ୟବହାର, ଏବଂ ସରକାରୀ ଯୋଜନା ବିଷୟରେ ସଚେତନ କରିବେ। ଏହା ସହିତ ସେମାନେ ଇ-ପେଷ୍ଟ (e-Pest) ଓ NPSS ଭଳି ଡିଜିଟାଲ୍ ଆପ୍ ମାଧ୍ୟମରେ ଚାଷର ବିଭିନ୍ନ ତଥ୍ୟ ସଂଗ୍ରହ କରିବେ।
ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନଙ୍କୁ ସିଧାସଳଖ ପ୍ରାକ୍ଟିକାଲ୍ ସହାୟତା ମିଳିବା ସହ ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ାର ବ୍ୟାବହାରିକ ଅନୁଭୂତି ହାସଲ କରିପାରିବେ। ସଫଳତାର ସହ ଇଣ୍ଟର୍ନସିପ୍ ଶେଷ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୨୧,୦୦୦ ଟଙ୍କାର ଷ୍ଟାଇପେଣ୍ଡ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *