Double Blow: Jet Fuel & Commercial LPG Rates Raised; Air Travel May Get Costlier/ହୋଟେଲ୍‌-ରେଷ୍ଟୁରାଣ୍ଟ ଓ ବିମାନ ଯାତ୍ରୀଙ୍କୁ ଝଟକା: କମର୍ସିଆଲ LPG ଓ ଇନ୍ଧନ ଦର ବୃଦ୍ଧି..

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: କମର୍ସିଆଲ LPG ସିଲିଣ୍ଡର ୬୨.୫୦ ଟଙ୍କା ଏବଂ ବିମାନ ଇନ୍ଧନ ୧୬ ଟଙ୍କା ବୃଦ
ନୂଆଦିଲ୍ଲୀ:
ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ସହ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦରରେ ଭାରି ବୃଦ୍ଧି କରିଛନ୍ତି।
ନୂଆ ଦର ଅନୁସାରେ, ୧୯ କିଲୋଗ୍ରାମିଆ କମର୍ସିଆଲ LPG ସିଲିଣ୍ଡର ପିଛା ଦାମ୍ ୬୨.୫୦ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଏହାର ଦାମ୍ ୯.୫୦ ଟଙ୍କା ବଢ଼ାଯାଇଥିଲା। ଅଗଷ୍ଟରେ ୧୯୨ ଟଙ୍କା ଏବଂ ଜୁଲାଇରେ ୧୮୩ ଟଙ୍କା ହ୍ରାସ ପାଇବା ପରେ ଏବେ କ୍ରମାଗତ ଭାବେ ଦର ବଢ଼ିବାରେ ଲାଗିଛି। ଏହି ଦରବୃଦ୍ଧି ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।
ସେହିପରି ବିମାନ ଇନ୍ଧନ (ATF) ମୂଲ୍ୟରେ ଲିଟର ପିଛା ପ୍ରାୟ ୧୬ ଟଙ୍କାର ବଡ଼ ଧରଣର ବୃଦ୍ଧି ଘଟିଛି। ଏହାଫଳରେ ଘରୋଇ ବିମାନ ସେବା ସଂସ୍ଥାଗୁଡ଼ିକ ପାଇଁ ATF ଦାମ୍ ୧୨୧ ଟଙ୍କାରୁ ବୃଦ୍ଧି ପାଇ ୧୩୭ ଟଙ୍କାରେ ପହଞ୍ଚିଛି। ଲଗାତାର ତୃତୀୟ ମାସ ପାଇଁ ବିମାନ ଇନ୍ଧନ ମହଙ୍ଗା ହୋଇଥିବାରୁ ଆଗାମୀ ଦିନରେ ବିମାନ ଟିକେଟ୍ ଦର ବଢ଼ିବା ପ୍ରାୟ ନିଶ୍ଚିତ।
ତେବେ ସାଧାରଣ ପରିବାର ବ୍ୟବହାର କରୁଥିବା ୧୪.୨ କିଲୋଗ୍ରାମିଆ ଘରୋଇ LPG ସିଲିଣ୍ଡର ଏବଂ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଇଛି।

Leave a Reply

Your email address will not be published. Required fields are marked *