ବଲିଉଡ୍ର ଜଣାଶୁଣା ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୬ ବର୍ଷ ବୟସରେ ଆଖି ବୁଜିଲେ ‘ୱେଲକମ୍’ ଫେମ୍ ଅଭିନେତା
ବଲିଉଡ୍ର ବରିଷ୍ଠ ଅଭିନେତା ଓ କମେଡିଆନ୍ ମୁସ୍ତାକ ଖାନ (Mushtaq Khan) ଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗ ସହ ଲଢ଼ୁଥିଲେ। ମୁମ୍ବାଇର ନାନାବଟୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସେ କ୍ୟାନ୍ସରରୁ ସୁସ୍ଥ ହୋଇସାରିଥିଲେ ମଧ୍ୟ ନିକଟରେ ଏହା ପୁଣି ଥରେ ଦେଖାଦେଇଥିଲା। ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଛି।
ଦୀର୍ଘ ଚାରି ଦଶନ୍ଧିର କ୍ୟାରିୟର ମଧ୍ୟରେ ମୁସ୍ତାକ ଖାନ ଅନେକ ଲୋକପ୍ରିୟ ହିନ୍ଦୀ ଫିଲ୍ମ ଏବଂ ଟିଭି ସିରିଏଲରେ ନିଜର ଦମଦାର ଅଭିନୟର ଯାଦୁ ଦେଖାଇଛନ୍ତି। ୨୦୦୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍ କମେଡି ଫିଲ୍ମ ‘ୱେଲକମ୍’ରେ ତାଙ୍କର ‘ବଲ୍ଲୁ’ ଚରିତ୍ର ଏବଂ “ମେରୀ ଏକ ଟାଙ୍ଗ ନକଲି ହୈ…” ଡାଇଲଗ୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଥିଲା।
ଏହା ବ୍ୟତୀତ ସେ ‘ହମ୍ ହୈ ରାହୀ ପ୍ୟାର୍ କେ’, ‘ଆଶିକୀ’, ‘ଯୋଡ଼ି ନଂ-୧’, ‘ଗଦର’, ‘ସ୍ତ୍ରୀ ୨’ ପରି ଚର୍ଚ୍ଚିତ ଫିଲ୍ମ ଏବଂ ‘ନୁକ୍କଡ଼’, ‘କୁଛ୍ ରଙ୍ଗ ପ୍ୟାର୍ କେ ଆଇସେ ଭି’ ପରି ଲୋକପ୍ରିୟ ଟିଭି ସୋ’ରେ ନଜର ଆସିଥିଲେ। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।



