ବର୍ଷାରେ ଭିଜି ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶା କର୍ମୀ: ସରକାରୀ ମାନ୍ୟତା ସହ ୪ ଦଫା ଦାବିରେ ମହା ଆନ୍ଦୋଳନ
ଭୁବନେଶ୍ୱର:
ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱରର ମାହାତ୍ମା ଗାନ୍ଧୀ ମାର୍ଗରେ ଦେଖିବାକୁ ମିଳିଛି ଆଶା କର୍ମୀଙ୍କ ବିଶାଳ ଆନ୍ଦୋଳନ। CITU ବ୍ୟାନରରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଶହ ଶହ ମହିଳା ଆଶା କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ହାତରେ ଛାତା ଧରି ଆଶା କର୍ମୀମାନେ ରାଜରାସ୍ତାରେ ବସି ରହି ନିଜର ଦାବି ଉପସ୍ଥାପନ କରିଛନ୍ତି।

ସେମାନଙ୍କର ମୁଖ୍ୟ ୪ ଦଫା ଦାବି ମଧ୍ୟରେ ରହିଛି— ଆଶା କର୍ମୀଙ୍କୁ “ସ୍ୱେଚ୍ଛାସେବୀ” ପରିବର୍ତ୍ତେ ପୂର୍ଣ୍ଣ ସରକାରୀ କର୍ମଚାରୀର ମାନ୍ୟତା ଦେବା, ମାସିକ ସର୍ବନିମ୍ନ ୨୬,୦୦୦ ଟଙ୍କା ନିଶ୍ଚିତ ଦରମା ପ୍ରଦାନ କରିବା, ଅବସର ପରେ ୧୦,୦୦୦ ଟଙ୍କାର ପେନସନ୍ ଓ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇଦେବା ଏବଂ ଅସୁସ୍ଥ କିମ୍ବା ମୃତ କର୍ମୀଙ୍କ ପରିବାରକୁ ଅନୁକମ୍ପାମୂଳକ ସରକାରୀ ଚାକିରି ଦେବା।
ୟୁନିଅନ୍ ନେତାମାନେ ଚେତାବନୀ ଦେଇଛନ୍ତି ଯେ, ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସାଜିଥିବା ଆଶା କର୍ମୀଙ୍କ ଏହି ପ୍ରାପ୍ୟ ଦାବିକୁ ଯଦି ସରକାର ତୁରନ୍ତ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ସାରା ରାଜ୍ୟର ଜିଲ୍ଲାସ୍ତରକୁ ବ୍ୟାପିବ ଏବଂ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍ ହୋଇଯ



