Sugar Prices to Cool Down Within 7 Days: ISMA/ ଚିନି ଦରବୃଦ୍ଧି ପଛରେ ନାହିଁ ଇଥାନଲ୍! ଆସନ୍ତା ସପ୍ତାହରୁ ମିଳିବ ଆଶ୍ୱାସନା…

ଦେଶରେ ନାହିଁ ଚିନିର ଅଭାବ, ଆଗାମୀ ଦିନରେ କମିବ ଦର: ଇସମା
ନୂଆଦିଲ୍ଲୀ: ଆଗାମୀ ୭ ଦିନ ମଧ୍ୟରେ ଦେଶରେ ଚିନି ଦର କମିବ ଏବଂ ବଜାର ସ୍ବାଭାବିକ ହେବ ବୋଲି ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନ୍ (ISMA) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ଚିନି ଦରବୃଦ୍ଧି ପଛରେ ଇଥାନଲ୍ ପ୍ରକଳ୍ପ (Ethanol Blending) ର କୌଣସି ହାତ ନାହିଁ ବୋଲି ଆସୋସିଏସନ୍ କହିଛି।
ଆସୋସିଏସନର ସଭାପତି ନୀରଜ ଶିରଗାଓଁକର କହିଛନ୍ତି ଯେ, “ଦେଶରେ ଚିନିର ଯୋଗାଣ ବ୍ୟବସ୍ଥା ଅତ୍ୟନ୍ତ ମଜବୁତ ରହିଛି। ଆଗାମୀ ପାର୍ବଣ ଋତୁରେ ଚିନି ଚାହିଦା ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ମହଜୁଦ ଅଛି।”
ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ଚିନି ଉତ୍ପାଦନ କ୍ରମେ ହ୍ରାସ ପାଇଥିବା ଗୁଜବକୁ ନେଇ ବଜାରରେ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ଅର୍ଜନ ପାଇଁ ଚିନି ମହଜୁଦ କରି ରଖିଥିଲେ। ଯାହା ଫଳରେ ସାମୟିକ ଭାବେ ଦର ବୃଦ୍ଧି ପାଇଥିଲା। କିନ୍ତୁ ବଜାରକୁ ନିୟମିତ ଚିନି ଯୋଗାଣ ଜାରି ରହିଥିବାରୁ ଖୁବଶୀଘ୍ର ଏହି ସ୍ଥିତିରେ ସୁଧାର ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *