Putin Meets Jaishankar: Hails Trade Growth and Reaffirms Strong Bilateral Ties with India/ମସ୍କୋରେ ପୁଟିନ୍‌-ଜୟଶଙ୍କର ଭେଟ: ବାଣିଜ୍ୟ ସମ୍ପର୍କ ଓ କୃଷି କ୍ଷେତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭାରତକୁ ଅଧିକ ଖତ ଯୋଗାଇବ ରୁଷ୍: ଜୟଶଙ୍କରଙ୍କୁ ଭେଟି ଆଶ୍ବାସନା ଦେଲେ ପୁଟିନ୍
ମସ୍କୋ:
ଭାରତୀୟ କୃଷକ ଓ କୃଷି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଷ୍‌ ଭାରତକୁ ରାସାୟନିକ ଖତ ଯୋଗାଣ ବୃଦ୍ଧି କରୁଛି ଏବଂ ଆଗକୁ ଏହାକୁ ଆହୁରି ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି। ସୋମବାର ମସ୍କୋସ୍ଥିତ କ୍ରେମଲିନ୍‌ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ପୁଟିନ୍ ଏହି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୁଟିନ୍‌ କହିଛନ୍ତି ଯେ, କେବଳ ଖତ ନୁହେଁ, ପରମାଣୁ ଶକ୍ତି, ଉଚ୍ଚପ୍ରଯୁକ୍ତିବିଦ୍ୟା (ହାଈ-ଟେକ୍) ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଥିବାରୁ ସେ ଖୁସି ପ୍ରକାଶ କରିବା ସହ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାକୁ ଦେଇଛନ୍ତି।
ବୈଠକ ସମୟରେ ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ତାଙ୍କୁ ଭେଟିବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି।
ଏହି ଆଲୋଚନା ସମୟରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ରୁଷ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଉପସ୍ଥିତ ଥିବା ବେଳେ ପୁଟିନ୍‌ଙ୍କ ସହ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *