Youth Congress Protests Outside CEO Office Over Voter Roll Row/ଭୋଟର ତାଲିକା ହେରଫେର ଅଭିଯୋଗ: ରାଜଧାନୀରେ ଉତ୍ତେଜନା, ସିଇଓ ଅଫିସ୍‌ରେ ପଶିବାକୁ ଚେଷ୍ଟା କଲେ କଂଗ୍ରେସ କର୍ମୀ

ସିଇଓ ଅଫିସ୍ ଘେରାଉ କଲା ଯୁବ କଂଗ୍ରେସ; ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି


ଭୁବନେଶ୍ୱର:
ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରଦର୍ଶନ କରାଯାଇଛି। ଦଳର ଶହ ଶହ କର୍ମୀ ଓ ନେତା ଏକାଠି ହୋଇ ସିଇଓ ଅଫିସ୍ ଘେରାଉ କରିବା ସହ ନିର୍ବାଚନ ଆୟୋଗଙ୍କ ବିରୋଧରେ ନାରାବାଜି କରିଥିଲେ।

Youth Congress Gheraos CEO Office in Bhubaneswar on Tuesday/Photo By: Saranga Bisoi.


ଭୋଟର ତାଲିକାରେ ହେରଫେର ଏବଂ ନିର୍ବାଚନ ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହି ପ୍ରତିବାଦ କରିଛି। ଆନ୍ଦୋଳନକାରୀମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ସିଇଓ ଅଫିସ୍‌ ଭିତରକୁ ପଶିବାକୁ ଚେଷ୍ଟା କରିବାରୁ ପୋଲିସ୍ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ କେତେକ କଂଗ୍ରେସ କର୍ମୀଙ୍କୁ ଅଟକ ମଧ୍ୟ ରଖିଛି।


ଯଦି ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ସାରା ରାଜ୍ୟରେ ଆହୁରି ଜୋରଦାର କରାଯିବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *