PVR INOX Fined ₹75K for Excessive Pre-Show Ads/ଫିଲ୍ମ ଡେରିରେ ଆରମ୍ଭ କରି ବିଜ୍ଞାପନ ଦେଖାଇବା ପଡ଼ିଲା ଭାରି: PVR କୁ ୭୫,୦୦୦ ଟଙ୍କା ଜରିମାନା

ଫିଲ୍ମ ପୂର୍ବରୁ ୧୭ ମିନିଟ୍‌ର ବିଜ୍ଞାପନ ଦେଖାଇବା ପଡ଼ିଲା ମହଙ୍ଗା; PVR କୁ ୭୫,୦୦୦ ଟଙ୍କାର ଜରିମାନା
ସିନେମା ହଲ୍‌ରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଅଧିକ ସମୟ ବିଜ୍ଞାପନ ଦେଖାଇ ଦର୍ଶକଙ୍କ ସମୟ ନଷ୍ଟ କରିବା PVR Cinema ପାଇଁ ବଡ଼ ସମସ୍ୟା ଛିଡ଼ା କରିଛି। ହାଇଦ୍ରାବାଦର ଜଣେ ଦର୍ଶକ (ଯିଏ ପେଶାରେ ଜଣେ ଓକିଲ) ରାତି ୧୦:୩୫ ସୋ’ ପାଇଁ ଟିକେଟ୍ ବୁକ୍ କରିଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ଫିଲ୍ମ ନଚାଲି ପ୍ରାୟ ୧୭ ମିନିଟ୍ ଧରି କେବଳ ବିଜ୍ଞାପନ ଏବଂ ଟ୍ରେଲର ଚାଲିଥିଲା।
ଏହି ବିଳମ୍ବ ଯୋଗୁଁ ରାତିରେ ଘରକୁ ଫେରିବାରେ ତାଙ୍କର ପ୍ରାୟ ଗୋଟିଏ ଘଣ୍ଟା ଡେରି ହୋଇଥିଲା। ଏହାକୁ ନେଇ ସେ ସିଧାସଳଖ ଗ୍ରାହକ ଅଦାଲତ (Consumer Court) ର ଦ୍ୱାରସ୍ଥ ହୋଇଥିଲେ।
ଅଦାଲତରେ PVR ନିଜର ପକ୍ଷ ରଖି କହିଥିଲା ଯେ ସେମାନେ ସାମାଜିକ ସଚେତନତାମୂଳକ ବିଜ୍ଞାପନ ଦେଖାଉଥିଲେ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ ନକରି କହିଛନ୍ତି ଯେ ନିର୍ଦ୍ଧାରିତ ସମୟଠାରୁ ଅଧିକ ବିଜ୍ଞାପନ ଦେଖାଇ ଦର୍ଶକଙ୍କ ସମୟ ନଷ୍ଟ କରିବା ଏବଂ ସେମାନଙ୍କୁ ବାଧ୍ୟ କରି ଦେଖାଇବା ଗ୍ରାହକ ଅଧିକାରର ଉଲ୍ଲଂଘନ।
ଶୁଣାଣି ଓ ଜରିମାନା:
  • ଗ୍ରାହକଙ୍କୁ ହଇରାଣ କରିଥିବାରୁ ₹୨୦,୦୦୦ କ୍ଷତିପୂରଣ।
  • କୋର୍ଟ ଖର୍ଚ୍ଚ ବାବଦକୁ ₹୫,୦୦୦।
  • ଗ୍ରାହକ କଲ୍ୟାଣ ପାଣ୍ଠି (Consumer Welfare Fund) କୁ ₹୫୦,୦୦୦ ଜରିମାନା।
ଏହା ସହିତ ଭବିଷ୍ୟତରେ ସୋ’ ସମୟ ପରେ ଏପରି ଅତ୍ୟଧିକ ବିଜ୍ଞାପନ ନଦେଖାଇବାକୁ କୋର୍ଟ PVR କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *