Pay to Pass: Commercial Shippers Hit with Massive 20% US Fee in Strait of Hormuz/ହର୍ମୁଜ୍ ପ୍ରଣାଳୀର ‘ରକ୍ଷକ’ ସାଜିଲା ଆମେରିକା: ସୁରକ୍ଷା ବଦଳରେ ମାଗିଲା ମୋଟା ଅଙ୍କର ଶୁଳ୍କ..

ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ପାଇଁ ୨୦% ଟ୍ୟାକ୍ସ ଆଦାୟ କରିବ ଆମେରିକା!
ୱାଶିଂଟନ୍:ବିଶ୍ୱ ବାଣିଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ (Strait of Hormuz) ର ସୁରକ୍ଷା ଦାୟିତ୍ୱ ଏବେ ଆମେରିକା ନିଜ ହାତକୁ ନେବାକୁ ଯାଉଛି। କେବଳ ସେତିକି ନୁହେଁ, ଏହି ସାମୁଦ୍ରିକ ପଥ ଦେଇ ଯାତାୟାତ କରୁଥିବା ସମସ୍ତ ବ୍ୟବସାୟିକ ଜାହାଜ ଉପରେ ଏକ ବଡ଼ ଧରଣର ଶୁଳ୍କ ଲାଗୁ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟିକ ଜାହାଜଗୁଡ଼ିକରେ ଥିବା ସାମଗ୍ରୀର ମୋଟ ମୂଲ୍ୟର 20% ପ୍ରତିଶତ ଅର୍ଥ ଆମେରିକାକୁ ଦେବାକୁ ପଡ଼ିବ। ଏହି ଅତିରିକ୍ତ ଅର୍ଥକୁ ସୁରକ୍ଷା ଖର୍ଚ୍ଚ ବା ସରଭିସ୍ ଚାର୍ଜ ଭାବେ ଆଦାୟ କରାଯିବ।
ଏହି ବଡ଼ ଘୋଷଣା କରି କୁହାଯାଇଛି ଯେ,”ଆଜିଠାରୁ ଆମେରିକାକୁ ‘ହର୍ମୁଜ୍ ପ୍ରଣାଳୀର ରକ୍ଷକ’ (The Guardian of the Hormuz Strait) ଭାବେ ଜଣାଯିବ। ତେବେ ନ୍ୟାୟ ସଙ୍ଗତ ଭାବେ, ଏହି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ନିରାପତ୍ତା ଓ ସୁରକ୍ଷା ଯୋଗାଇବା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚର ଭରଣା ଲାଗି ସମସ୍ତ କାର୍ଗୋ ଉପରେ ୨୦% ଫି’ ଆଦାୟ କରାଯିବ।ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜଳପଥ ପରିବହନ ଉପରେ ଏକ ବଡ଼ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *