Nestlé, Coca-Cola & PepsiCo Under Fire for ‘Double Standards’ in India Formulations/Nestlé, Coca-Cola ଓ PepsiCo କୁ ଝଟକା: ଭାରତରେ ପ୍ୟାକେଟ୍ ଖାଦ୍ୟ ଉପରେ ଲାଗିବ ଚିନି-ଫ୍ୟାଟ୍ ଚେତାବନୀ

ଖାଦ୍ୟରେ ଚିନି-ଫ୍ୟାଟ୍ ଚେତାବନୀ: ବଡ଼ କମ୍ପାନୀଙ୍କୁ ଝଟକା, ନିୟମ କଡ଼ାକଡ଼ି କରୁଛନ୍ତି ସରକାର
ପ୍ୟାକେଟ୍ ଖାଦ୍ୟରେ ଚିନି, ଫ୍ୟାଟ୍ ଓ ଲୁଣର ପରିମାଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ନେସଲେ (Nestlé), କୋକା-କୋଲା (Coca-Cola) ଓ ପେପସିକୋ (PepsiCo) ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଗୋଟିଏ ବ୍ରାଣ୍ଡର ସାମଗ୍ରୀ ପାଇଁ ଅଲଗା ଅଲଗା ଫର୍ମୁଲା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବିଦେଶରେ କମ୍ପାନୀଗୁଡ଼ିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ଖାଦ୍ୟ ପ୍ୟାକେଟ୍ ସାମ୍ନାରେ କଡ଼ା ଚେତାବନୀ ବା ନାଲି ରଙ୍ଗର ‘ୱାର୍ଣ୍ଣିଂ ଲେବଲ୍’ ଲଗାଉଥିବା ବେଳେ, ଭାରତରେ ଏପରି କୋହଳ ନିୟମର ଫାଇଦା ଉଠାଉଥିଲେ।
ତେବେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଏହି ଦୋହରା ନୀତି ଉପରେ ଏବେ ବ୍ରେକ୍ ଲଗାଇବାକୁ ଯାଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା ନିୟାମକ ‘FSSAI’। ସୁପ୍ରିମ୍ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଓ ଜନସାଧାରଣଙ୍କ ଅସନ୍ତୋଷ ପରେ, FSSAI ଏବେ ପ୍ୟାକେଟ୍ ଖାଦ୍ୟ ସାମ୍ନାରେ ଲାଲ୍ ରଙ୍ଗର ଚେତାବନୀ ଲେବଲ୍ (High Sugar, High Salt, High Fat) ଲଗାଇବା ପାଇଁ ପ୍ରସ୍ତାବ ଦେଇଛି।
ଏହି ନିୟମ ଲାଗୁ ହେଲେ ଗ୍ରାହକମାନେ କେଉଁ ଖାଦ୍ୟରେ କେତେ ଚିନି କିମ୍ବା ଫ୍ୟାଟ୍ ଅଛି, ତାହା ପ୍ୟାକେଟ୍ କିଣିବା ପୂର୍ବରୁ ସହଜରେ ଜାଣିପାରିବେ। ଯଦିଓ ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଚେତାବନୀ ନିୟମକୁ ବିରୋଧ କରୁଛନ୍ତି, କିନ୍ତୁ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ବ୍ୟବସାୟିକ ଫାଇଦା ଅପେକ୍ଷା ଆମ ଦେଶର ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *