Naveen Patnaik Flags Off BJD’s Statewide ‘Jana Samparka Padayatra’/ଭୁବନେଶ୍ୱରରୁ ଆରମ୍ଭ ହେଲା ବିଜେଡିର ‘ଜନସମ୍ପର୍କ ପଦଯାତ୍ରା’

ନବୀନ ପଟ୍ଟନାୟକଙ୍କ ଶୁଭାରମ୍ଭ: ଆଜିଠୁ ବିଜେଡିର ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’

ଭୁବନେଶ୍ୱର: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜିଠୁ ସାରା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ବହୁପ୍ରତୀକ୍ଷିତ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରଠାରେ ଦଳର ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ଏହି ମାସବ୍ୟାପୀ ଗଣସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ଏହି ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଜେଡିର ବହୁ ବରିଷ୍ଠ ନେତା, ବିଧାୟକ, କର୍ମକର୍ତ୍ତା ଓ ସମର୍ଥକ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ଉତ୍ସାହର ସହ ପଦଯାତ୍ରାରେ ସାମିଲ ହୋଇଥିଲେ।
ଅଭିଯାନର ଆରମ୍ଭ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର ଗାଁଠୁ ସହର ପର୍ଯ୍ୟନ୍ତ ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କ ସମସ୍ୟାକୁ ସରକାରଙ୍କ ସାମ୍ନାକୁ ଆଣିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଏକ ମାସ ଧରି ବିଜେଡି ନେତା ଓ କର୍ମୀମାନେ ପ୍ରତ୍ୟେକ ୱାର୍ଡ, ପଞ୍ଚାୟତ ଓ ବ୍ଲକରେ ଘରକୁ ଘର ବୁଲି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *