Hero Indian Pilot Smit Machchhar Thwarts Mid-Air Attack to Save Passengers/କକପିଟ୍‌ରେ ଆକ୍ରମଣ ସତ୍ତ୍ୱେ ଯାତ୍ରୀଙ୍କୁ ସୁରକ୍ଷିତ ବଞ୍ଚାଇଲେ ଭାରତୀୟ କ୍ୟାପ୍ଟେନ୍

କକପିଟ୍‌ରେ ଆକ୍ରମଣ ପରେ ବି ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ: ଚର୍ଚ୍ଚାରେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର [Smit Machchhar]

ଆକାଶମାର୍ଗରେ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର। ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ‘ଫ୍ଲାଏଦୁବାଇ’ ବିମାନ (FZ1073)ର କକପିଟ୍‌ ଭିତରେ ସହ-ପାଇଲଟ୍‌ଙ୍କ ଆକ୍ରମଣର ଶିକାର ହେବା ପରେ ବି ସେ ସାହସିକତା ଦେଖାଇ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ କକପିଟ୍‌ ଭିତରେ ସହ-ପାଇଲଟ୍‌ ଜଣକ ଅଚାନକ ସ୍ମିତ୍‌ଙ୍କ ଉପରକୁ ଆକ୍ରମଣ କରି ଗୁରୁତର ଆହାତ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ବି ଧୈର୍ଯ୍ୟ ନହରାଇ କ୍ୟାପ୍ଟେନ୍ ସ୍ମିତ୍ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ (Emergency Landing) କରାଇଥିଲେ। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

ଭାରତୀୟ ନାଗରିକ ସ୍ମିତ୍ ମଚ୍ଛାର ବେଶ୍ ଅଭିଜ୍ଞ ପାଇଲଟ୍। ଫ୍ଲାଏଦୁବାଇରେ ଯୋଗଦେବା ପୂର୍ବରୁ ସେ ଭାରତର ସ୍ପାଇସ୍‌ଜେଟ୍‌ (SpiceJet) ଏୟାରଲାଇନ୍ସରେ ଦୀର୍ଘ ଦିନ ଧରି ସେବା ଯୋଗାଇ ଦେଉଥିଲେ। ଜୁନ୍ ୨୦୨୨ରୁ ସେ ଫ୍ଲାଏଦୁବାଇର ବୋଇଂ ୭୩୭ ବିମାନର କ୍ୟାପ୍ଟେନ୍ ଭାବେ କାର୍ଯ୍ୟରତ ଅଛନ୍ତି।

ତାଙ୍କର ଏହି ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି, ଯାହାକୁ ନେଇ ଏବେ ସବୁଠି ତାଙ୍କର ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *