Dilip Tirkey Breaks Silence On Skipping FIH World Cup In Netherlands/ବିଶ୍ୱକପ୍‌ ଗସ୍ତକୁ ନେଇ କ୍ରୀଡ଼ା ମହଲରେ ଚର୍ଚ୍ଚା: ଅନୁପସ୍ଥିତିର କାରଣ ସ୍ପଷ୍ଟ କଲେ ଦିଲୀପ ତିର୍କୀ…

FIH World Cup ନ ଯିବାକୁ ନେଇ ଚର୍ଚ୍ଚା: ସ୍ପଷ୍ଟୀକରଣ ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ
ନେଦରଲ୍ୟାଣ୍ଡସରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌କୁ ହକି ଇଣ୍ଡିଆ (ଏଚ୍‌ଆଇ) ସମ୍ପାଦକ ଭୋଲା ନାଥ ସିଂହ ଓ ନିର୍ଦ୍ଦେଶକ ଆର.କେ. ଶ୍ରୀବାସ୍ତବ ଗସ୍ତ କରିଥିବା ବେଳେ ସଭାପତି ଦିଲୀପ ତିର୍କୀ ନ ଯିବାକୁ ନେଇ କ୍ରୀଡ଼ା ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଂଘ ଭିତରେ ଚାଲିଥିବା କଳହ ଓ ଜର୍ସି ରଙ୍ଗ ବଦଳାଇବା ବିବାଦକୁ ନେଇ ଏହି ଅନୁପସ୍ଥିତିକୁ ଯୋଡ଼ାଯାଉଥିଲା।
ତେବେ ଏହି ସମସ୍ତ ଚର୍ଚ୍ଚାରେ ଅନ୍ତ ଘଟାଇ ଦିଲୀପ ତିର୍କୀ କହିଛନ୍ତି ଯେ, ସେ ନିଜେ ହିଁ ବିଶ୍ୱକପ୍‌ ଯିବେ ନାହିଁ ବୋଲି ପୂର୍ବରୁ କାର୍ଯ୍ୟକାରୀ କମିଟିକୁ ଜଣାଇ ଦେଇଥିଲେ। ଆଗାମୀ ‘ହକି ଇଣ୍ଡିଆ ଲିଗ୍‌’ (ଏଚ୍‌ଆଇଏଲ୍‌) ର ଆୟୋଜନ ଭାରତରେ ହକିର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ, ତେଣୁ ଏହି ସମୟରେ ଦେଶ ବାହାରେ ରହିବା ସମ୍ଭବ ନଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଚ୍‌ଆଇଏଲ୍‌ ପାଇଁ ନୂଆ ନିବେଶକ ଓ ଫ୍ରାଞ୍ଚାଇଜି ମାଲିକମାନଙ୍କ ସହ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ, ୨୦୨୪ରେ ଦିଲୀପଙ୍କ ନେତୃତ୍ୱରେ ୭ ବର୍ଷ ପରେ ଏହି ଲିଗ୍‌ ପୁଣି ଆରମ୍ଭ ହୋଇଥିଲେ ସୁଦ୍ଧା ସ୍ପୋନ୍ସରସିପ୍‌ ଓ ଫ୍ରାଞ୍ଚାଇଜ୍‌ ପରିଚାଳନାକୁ ନେଇ କିଛି ସମସ୍ୟା ଦେଖାଦେଇଛି। ବିଶ୍ୱକପ୍‌ରେ ଉପସ୍ଥିତ ରହିବା ଅପେକ୍ଷା ଭାରତରେ ରହି ଲିଗ୍‌କୁ ସଫଳ କରିବା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *