News Inshot

World-Class Makeover for Puri: CM Directs Fast-Tracking of International Airport and Heritage Projects/ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ପୁରୀ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବୃଦ୍ଧି ପାଇବ ପର୍ଯ୍ୟଟନ ଓ ଐତିହ୍ୟ, ମୁଖ୍ୟମନ୍ତ୍ରୀ କଲେ ପ୍ରକଳ୍ପ ସମୀକ୍ଷା ଭୁବନେଶ୍ୱର: ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏହି ବୈଠକରେ ଶ୍ରୀ…

Braj Mohan Ram Appointed as New Governor of Odisha Among Six States by President Murmu/ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା: ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ରାଷ୍ଟ୍ରପତିଙ୍କ ଦ୍ୱାରା ବଡ଼ଧରଣର ରାଜ୍ୟପାଳ ଅଦଳବଦଳ: ଜାଣନ୍ତୁ କିଏ କେଉଁ ରାଜ୍ୟ ପାଇଲେ ଦାୟିତ୍ୱ ଦେଶର ୬ଟି ରାଜ୍ୟରେ ରାଜ୍ୟପାଳ ପଦବୀରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ନୂତନ ନିଯୁକ୍ତି ତାଲିକାରେ ୪ ଜଣ ନୂାତନ ଚେହେରାଙ୍କୁ ସୁଯୋଗ ମିଳିଥିବାବେଳେ ୨ ଜଣ ପୂର୍ବତନ ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଇଛି। ୧. ବ୍ରଜମୋହନ ରାମ (ଓଡ଼ିଶାର ନୂତନ ରାଜ୍ୟପାଳ): ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଲୋକସଭା ସାଂସଦ…

Aditya Birla Alumina Project Protest: Tribal Communities Stage Sit-In Dharna in Bhubaneswar/ରାୟଗଡ଼ା କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ବିବାଦ: ୧୩ ଦଫା ଦାବିପତ୍ର ସହ ଭୁବନେଶ୍ୱରରେ ଆଦିବାସୀଙ୍କ ଆନ୍ଦୋଳନ

କଂସାରିଗୁଡ଼ା ଆଲୁମିନା ପ୍ରକଳ୍ପ ବିରୋଧ: ୧୩ ଦଫା ଦାବି ନେଇ ରାଜଧାନୀରେ ଆଦିବାସୀଙ୍କ ଜୋରଦାର ଧାରଣା.. ଭୁବନେଶ୍ୱର, ୧୨ ଅକ୍ଟୋବର: ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅନ୍ତର୍ଗତ କଂସାରିଗୁଡ଼ାରେ ପ୍ରସ୍ତାବିତ ଆଦିତ୍ୟ ବିର୍ଳା (ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍) ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଆହୁରି ତୀବ୍ର ହେବାରେ ଲାଗିଛି। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଓ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ଶତାଧିକ ଲୋକ ସୋମବାର ଦିନ ରାଜଧାନୀ ଭୁବନେଶ୍ୱରରେ ଏକାଠି ହୋଇ ସେମାନଙ୍କର ୧୩ ଦଫା ସମ୍ବଳିତ ଦାବିପତ୍ର…

Press Freedom Under Threat? Global & Domestic Bodies Condemn Detention of Journalists in Delhi/ଦିଲ୍ଲୀରେ ସାମ୍ବାଦିକଙ୍କୁ ଅଟକ ଘଟଣା: କାହିଁକି ବର୍ଷିଲେ ଜାତିସଂଘ ଓ ପ୍ରେସ କ୍ଲବ?

ଦିଲ୍ଲୀରେ ସାମ୍ବାଦିକଙ୍କୁ ପୁଲିସର ଅଟକ ଘଟଣା: କ୍ଷୋଭ ପ୍ରକାଶ କଲେ ଜାତିସଂଘ ଓ ପ୍ରେସ କ୍ଲବ, ସରକାର ଜବାବ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ କରୁଥିବା ବେଳେ କେତେକ ବରିଷ୍ଠ ସାମ୍ବାଦିକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିବା ଘଟଣାକୁ ନେଇ ଏବେ ସାରା ଦେଶ ଓ ବିଦେଶରେ ତୀବ୍ର ବିବାଦ ଦେଖାଦେଇଛି। ଇଣ୍ଡିଆନ୍ ଏକ୍ସପ୍ରେସ୍, ସ୍କ୍ରୋଲ୍, ନ୍ୟୁଜ୍ ଲଣ୍ଡ୍ରି, ରଏଟର୍ସ, ଇଣ୍ଡିଆ ଟୁଡେ…

Guerrilla Satyagraha: Rahul Gandhi’s Surprise Tactics Leave BJP Struggling/’ଗରିଲା ସତ୍ୟାଗ୍ରହ’ କୌଶଳ: ବିଜେପିକୁ ଅଡ଼ୁଆରେ ପକାଇଲେ ରାହୁଲ ଗାନ୍ଧୀ..

ରାହୁଲ ଗାନ୍ଧୀଙ୍କ ‘ଗରିଲା ସତ୍ୟାଗ୍ରହ’: ଚାପରେ ବିଜେପି ସରକାର ଭାରତୀୟ ରାଜନୀତିରେ ଏବେ ଏକ ନୂଆ ଏବଂ ଭିନ୍ନ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆପଣେଇଥିବା ‘ଗରିଲା ସତ୍ୟାଗ୍ରହ’ କୌଶଳ ଏବେ ଶାସକ ଦଳ ବିଜେପିକୁ ଚିନ୍ତାରେ ପକାଇ ଦେଇଛି। ପୁରୁଣା ଦିନିଆ ବଡ଼ ବଡ଼ ସଭା ବଦଳରେ ଏବେ ହଠାତ୍ ଏବଂ ବିନା ପୂର୍ବ ସୂଚନାରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଏହି ରଣନୀତିର ମୂଳ ମନ୍ତ୍ର।…