Assembly Deadlock: Opposition Protests Over School Books and Mining Rules, Govt Says Ready for Debate/ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ବହି ତ୍ରୁଟି ଓ ଖଣି ଆଇନକୁ ନେଇ ଗୃହ ମୁଲତବି..

ପାଠ୍ୟପୁସ୍ତକ ତ୍ରୁଟି ଓ MMDR ଆଇନକୁ ନେଇ ବିଧାନସଭା ସ୍ଥଗିତ: ସରକାର କହିଲେ, ଆମେ ଆଲୋଚନା ପାଇଁ ତ୍ରିଆର
ଭୁବନେଶ୍ୱର:
ଓଡ଼ିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିନରେ ନିଜ ନିଜ ଦାବିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି ବିରୋଧୀ। ସ୍କୁଲ ପାଠ୍ୟପୁସ୍ତକରେ ଥିବା ଗୁରୁତର ତ୍ରୁଟି ଏବଂ କେନ୍ଦ୍ରର MMDR (ଖଣି ଓ ଖଣିଜ) ସଂଶୋଧନ ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିବା ସହ ଗୃହର ମଧ୍ୟଭାଗ (Well) କୁ ଓହ୍ଲାଇ ଆସିଥିଲେ।
ବିଜେଡି ପାଠ୍ୟପୁସ୍ତକ ଭୁଲ୍ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ MMDR ଆଇନକୁ ପ୍ରତ୍ୟାହାର କରିବା ପାଇଁ ହଟ୍ଟଗୋଳ କରିଥିଲା। ବାରମ୍ବାର ନିବେଦନ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଦିନକ ପାଇଁ ସ୍ଥଗିତ ରଖିଛନ୍ତି।
ଅପରପକ୍ଷରେ, ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳଗୁଡ଼ିକ ଗୃହ ଚାଲିବାକୁ ଦେଇ ନିୟମାନୁସାରେ ନିଜର ପକ୍ଷ ରଖିବାକୁ ଶାସକ ଦଳ ଆହ୍ୱାନ ଦେଇଛି।
ମୁଲତବି ଓ ଆସନ୍ତାକାଲି ପାଇଁ ଗୃହ ସ୍ଥଗିତ: ବାରମ୍ବାର ପ୍ରତିବାଦ ଓ ହୋଲ୍ଲାବୋଲ୍ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଗୃହକୁ ଅପରାହ୍ନ ୧:୧୦ ଏବଂ ପରେ ୪:୦୦ ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଅପରାହ୍ନ ୪ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ପରେ ବି ପରିସ୍ଥିତି ଶାନ୍ତ ନହେବାରୁ, ଆଜି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବାତିଲ୍ କରାଯାଇ ଗୃହକୁ ଆସନ୍ତାକାଲି (ବୁଧବାର) ସକାଳ ୧୦:୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Leave a Reply

Your email address will not be published. Required fields are marked *