ମାଇକ୍ରୋସଫ୍ଟ, ଗୁଗଲ ପରେ ଏବେ ମେଟା: କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଅଫର, ମିଳିବ ବଡ଼ ସେଭରଏନ୍ସ ପ୍ୟାକେଜ୍
News Inshot: ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଆଇଟି ଜାଏଣ୍ଟ ମେଟା (Meta) ନିଜ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର (Voluntary Exit Option) ସ୍କିମ୍ ଘୋଷଣା କରିଛି। ବାରମ୍ବାର ଛଟେଇ ମଧ୍ୟରେ କମ୍ପାନୀ ଫ୍ରାନ୍ସରେ ଥିବା ପ୍ରାୟ ୧୦୦ ଜଣ କର୍ମଚାରୀଙ୍କୁ ଏହି ଅଫର ଦେଇଛି।
ଫ୍ରାନ୍ସର ଶ୍ରମ ଆଇନ ‘Rupture Conventionnelle Collective’ (RCC) ଅଧୀନରେ ଏହି ପ୍ରକ୍ରିୟା ପରିଚାଳିତ ହେଉଛି। ଏହି ଯୋଜନା ଅନୁଯାୟୀ, କମ୍ପାନୀ ଛାଡ଼ିବାକୁ ଚାହୁଁଥିବା କର୍ମଚାରୀଙ୍କୁ ପ୍ରତି ବର୍ଷର ସେବା ପାଇଁ ୨.୧୫ ମାସର ଦରମା ଏବଂ ୧୦ ମାସ ପର୍ଯ୍ୟନ୍ତ ୮୦% ମୂଳ ଦରମା ସହ ମୋବିଲିଟି ଲିଭ୍ ମିଳିବ। ନଭେମ୍ବର ୫ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।
କୃତ୍ରିମ ବୁଦ୍ଧିମତ୍ତା (AI)ର ବୃଦ୍ଧି ଯୋଗୁଁ କମ୍ପାନୀଗୁଡ଼ିକ କମ୍ କର୍ମଚାରୀଙ୍କ ମାଧ୍ୟମରେ ବଡ଼ ପ୍ରକଳ୍ପ ସମ୍ପାଦନ କରୁଛନ୍ତି। ଏହି କାରଣରୁ ମେଟା ସମେତ ଅନ୍ୟାନ୍ୟ ବଡ଼ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର ବିଜନେସ୍ ମୋଡେଲ୍ରେ ପରିବର୍ତ୍ତନ ଆଣୁଛନ୍ତି।



