Staines Murder Case: SC Orders Release of Convict Dara Singh by Independence Day/ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ ହେବେ ଦାରା ସିଂହ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ.

ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର: ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ୍‌ଙ୍କ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ) ସୁଦ୍ଧା ତାଙ୍କୁ କାରାଗାରରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଦାରା ସିଂହଙ୍କ ଓକିଲ ଏ. ପି. ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଦୀର୍ଘ ୨୬ ବର୍ଷ ଧରି ଜେଲ୍‌ରେ ଥିବା ଦାରା ସିଂହଙ୍କ ମୁକ୍ତି ପଥ ସମ୍ପୂର୍ଣ୍ଣ ସଫା ହୋଇଯାଇଛି। ବର୍ତ୍ତମାନ ସେ କେନ୍ଦୁଝର ଜିଲ୍ଲା କାରାଗାରରେ ବନ୍ଦୀ ଅଛନ୍ତି।

ଏକ ନଜରରେ ମାମଲା:
ଘଟଣା:୧୯୯୯ ମସିହା ଜାନୁଆରୀ ୨୧-୨୨ ବିଳମ୍ବିତ ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ (୧୦) ଓ ଟିମୋଥି (୬) ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଏକ ଉତ୍ୟକ୍ତ ଗୋଷ୍ଠୀ ସେମାନଙ୍କୁ ଜୀବନ୍ତ ଜାଳି ହତ୍ୟା କରିଥିଲେ। CBI କୋର୍ଟ ପ୍ରଥମେ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ହେଲେ ୨୦୦୫ ମସିହାରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ, ଯାହାକୁ ୨୦୧୧ ମସିହାରେ ସୁପ୍ରିମକୋର୍ଟ ମଧ୍ୟ ବଜାୟ ରଖିଥିଲେ।ପୂର୍ବରୁ ଓଡ଼ିଶା ସରକାରଙ୍କ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ‘ଉତ୍ତମ ବ୍ୟବହାର’ ଆଧାରରେ ତାଙ୍କର ଅକାଳ ମୁକ୍ତି ପାଇଁ ସୁପାରିଶ କରିଥିଲେ। ଏହି ଆଧାରରେ କୋର୍ଟ ବର୍ତ୍ତମାନ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି.

Leave a Reply

Your email address will not be published. Required fields are marked *