‘Not Just Vote Theft, It’s Rights Theft’: Rahul Gandhi Targets Modi Govt Over New Welfare Rules/‘ଗଣତନ୍ତ୍ର ହାଇଜାକ୍‌ କରୁଛନ୍ତି ମୋଦୀ ସରକାର’: ଭୋଟର ID-ସରକାରୀ ଯୋଜନା ଲିଙ୍କକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ..

Rahul Gandhi Alleges 'Grand Conspiracy' Over Govt's Move to Link Welfare Payouts with Voter ID

ସରକାରୀ ଯୋଜନାରେ ଭୋଟର ID ସଂଯୋଗୀକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

 

ନୂଆଦିଲ୍ଲୀ[News Inshot]: ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଧାର ବଦଳରେ ଭୋଟର ID (EPIC) ଓ ବାୟୋମେଟ୍ରିକ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ (ଲଲନ) ସିଂହଙ୍କ ବ୍ୟବସ୍ଥାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଏହାକୁ ଏକ ‘ଗଭୀର ଚକ୍ରାନ୍ତ’ ବୋଲି ଅଭିଯୋଗ କରି ରାହୁଲ କହିଛନ୍ତି ଯେ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ନାମରେ ବିଜେପି ବିରୋଧୀ ଭୋଟରଙ୍କ ନାମ ତାଲିକାରୁ ହଟାଇ ଦିଆଯାଉଛି। ଯଦି ଭୋଟର IDକୁ ସରକାରୀ ଯୋଜନା ସହ ଯୋଡ଼ାଯାଏ, ତେବେ ନାମ କଟିବା ମାତ୍ରେ ଗରିବ ଲୋକମାନେ ରାସନ, ପେନସନ, ମନରେଗା ଓ ଆବାସ ଭଳି ସୁବିଧାରୁ ବଞ୍ଚିତ ହେବେ।

ସେ ଅଭିଯୋଗ କରିଛନ୍ତି ଯେ ଏହା କେବଳ ଭୋଟ ଚୋରି ନୁହେଁ, ବରଂ ନାଗରିକଙ୍କ ଅଧିକାର ଚୋରି। ଏହା ଗଣତନ୍ତ୍ରକୁ ହାଇଜାକ୍ କରି ଚିରସ୍ଥାୟୀ ଭାବେ କ୍ଷମତାରେ ରହିବାର ଏକ ବ୍ୟବସ୍ଥା ବୋଲି ରାହୁଲ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ପଦକ୍ଷେପ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *