CM Mohan Majhi Approves Up to ₹10,000 Incentive Allowance for College Principals-in-Charge/କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମାସିକ ଭତ୍ତା ଘୋଷଣା: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି

Odisha Higher Education, College Principal Allowance, CM Mohan Majhi

ଅଣ-ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର[News Inshot]: ରାଜ୍ୟର ଘରୋଇ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୪୮୮ ଓ ୬୬୨ ବର୍ଗର ଅଣ-ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ (Principal-in-charge) ମାନଙ୍କ ପାଇଁ ସ୍ଥାନ ଭିତ୍ତିକ ମାସିକ ପ୍ରୋତ୍ସାହନ ଭତ୍ତା ମଞ୍ଜୁର କରାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୬୪୧ଟି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଉପକୃତ ହେବେ। ଏହି ଯୋଜନା ବାବଦରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ।

ଭତ୍ତା ପରିମାଣ:

  • ନିଜ ଜିଲ୍ଲା/ବିକଶିତ ସହରାଞ୍ଚଳ: ମାସିକ ₹୫,୦୦୦

  • ନିଜ ଜିଲ୍ଲା ବାହାରେ: ମାସିକ ₹୭,୦୦୦

  • ୩୦୦ କିଲୋମିଟରରୁ ଅଧିକ ଦୂରତାରେ: ମାସିକ ₹୯,୦୦୦

  • ଦୁର୍ଗମ ଓ ଅଗମ୍ୟ ଅଞ୍ଚଳ: ମାସିକ ₹୧୦,୦୦୦

ଅନେକ ସମୟରେ ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଶିକ୍ଷକମାନେ ଅନିଚ୍ଛା ପ୍ରକାଶ କରୁଥିଲେ। ଏହି ପ୍ରୋତ୍ସାହନ ରାଶି ଫଳରେ ଦୂରସୀମା ଓ ଦୁର୍ଗମ ଅଞ୍ଚଳର କଲେଜଗୁଡ଼ିକରେ ଶିକ୍ଷାଦାନ ସହ ପ୍ରଶାସନିକ ସ୍ଥିରତା ଆସିପାରିବ। ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏହି ନୂତନ ନିୟମ ତୁରନ୍ତ ଲାଗୁ ହେବ।

Leave a Reply

Your email address will not be published. Required fields are marked *