CM Mohan Charan Majhi Reviews Preparedness for Cyclone ‘Arnav’ at SRC Control Room/ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବାତ୍ୟା ‘ଅର୍ଣ୍ଣବ’: ଏସ୍‌ଆରସି କଣ୍ଟ୍ରୋଲ ରୁମରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ରାଜ୍ୟର ମୁକାବିଲା ପ୍ରସ୍ତୁତି ନେଇ ସୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି (୨୮ ଅକ୍ଟୋବର) ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟସ୍ଥିତ କଣ୍ଟ୍ରୋଲ ରୁମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ସମୀକ୍ଷା ସମୟରେ ବାତ୍ୟା ଯୋଗୁଁ ହୋଇପାରୁଥିବା ବର୍ଷା, ପବନ ଏବଂ ଆଗାମୀ କ୍ଷୟକ୍ଷତିକୁ ରୋକିବା ପାଇଁ ପ୍ରଶାସନିକ ସଜାଗତା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପ୍ରସ୍ତୁତି ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି।

“ଜନସାଧାରଣଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା,” ବୋଲି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ହାଇଆଲର୍ଟରେ ରହିବାକୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *