Rahul Gandhi Safe After Convoy Collision on Purvanchal Expressway in UP/ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ କାଫିଲା ଦୁର୍ଘଟଣାଗ୍ରସ୍ତ; ସୁରକ୍ଷିତ ଅଛନ୍ତି ରାହୁଲ

ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ରାହୁଲ ଗାନ୍ଧୀଙ୍କ କାଫିଲା ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଗଲେ ରାହୁଲ, କେତେକ ଆହାତ

ସୁଲତାନ୍‌ପୁର: ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାଫିଲା (Convoy) ଏକ ରୋଡ୍‌ ଆକ୍ସିଡେଣ୍ଟର ଶିକାର ହୋଇଛି। ତେବେ ସୌଭାଗ୍ୟବଶତଃ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ଗାଡ଼ିର କୌଣସି କ୍ଷତି ହୋଇନାହିଁ।
ମିଳିଥିବା ସୂଚନା ମୁତାବକ, ରାହୁଲ ଗାନ୍ଧୀ ଲକ୍ଷ୍ନୌରୁ ସୁଲତାନ୍‌ପୁର କୋର୍ଟରେ ଏକ ମାମଲାର ଶୁଣାଣି ପାଇଁ ଯାଉଥିଲେ। ହାଲିୟାପୁର ଅଞ୍ଚଳ ନିକଟରେ କାଫିଲା ଆଗରେ ଥିବା ଏକ ଗାଡ଼ି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଆସୁଥିବା ୪-୫ଟି ଗାଡ଼ି ଓ ଏକ ଆମ୍ବୁଲାନ୍ସ ପରସ୍ପର ସହ ପଛପଟୁ ଧକ୍କା ହୋଇଥିଲା।
ଏହି ଦୁର୍ଘଟଣାରେ କଂଗ୍ରେସର କିଛି କାର୍ଯ୍ୟକର୍ତ୍ତା ଓ ସୁରକ୍ଷାକର୍ମୀଙ୍କୁ ସାମାନ୍ୟ ଆଘାତ ଲାଗିଛି। ତେବେ କାହାରିକୁ ଗୁରୁତର ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ରାହୁଲ ଗାନ୍ଧୀ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟ ସ୍ଥଳ ସୁଲତାନ୍‌ପୁର କୋର୍ଟରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *