Odisha Eyes Global Chemical Hub Status: CM Highlights Strategic Growth Plan at India Chem 2026/ମୁମ୍ବାଇରେ ନିବେଶକଙ୍କୁ ଆକୃଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାରେ ହେବ ବିପୁଳ ପୁଞ୍ଜିନିବେଶ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକଳନ: ଓଡ଼ିଶାରେ ୧.୯୩ ଲକ୍ଷ କୋଟିର ପୁଞ୍ଜିଲଗ୍ନ ସମ୍ଭାବନା

ମୁମ୍ବାଇର ବମ୍ବେ ଏଗ୍ଜିବିସନ୍ ସେଣ୍ଟରରେ ଅନୁଷ୍ଠିତ ଏହି ପ୍ରମୁଖ ବିଶ୍ୱସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶିଳ୍ପ ସମ୍ଭାବନା ସମ୍ପର୍କରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ କେମିକାଲ୍ ଏବଂ ପେଟ୍ରୋକେମିକାଲ୍ ସେକ୍ଟରରେ ପ୍ରାୟ ୧.୯୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିଲଗ୍ନ ସୁଯୋଗ ରହିଥିବା ସେ ଦେଶବିଦେଶରୁ ଆସିଥିବା ଶିଳ୍ପପତି ଓ ନିବେଶକଙ୍କ ଆଗରେ ଉପସ୍ଥାପନ କରିଛନ୍ତି।
ବିଶେଷକରି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନେଇ ସରକାର ଯେଉଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ତାହାକୁ ନେଇ ଏହି ବୈଠକରେ ବେଶ୍ ଚର୍ଚ୍ଚା ହୋଇଛି:
  • ଗୋପାଳପୁର: ଏହାକୁ ଡିପ୍-ସି ସଂଯୁକ୍ତ ବ୍ୟବସାୟ, କ୍ଲୋରୋ-କେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପାଇଁ ପ୍ରସ୍ତୁତ କରାଯାଉଛି।
  • ତାଳଚେର: କୋଇଲା ଗ୍ୟାସୀକରଣ (Coal Gasification) ଆଧାରିତ ସାର ଉତ୍ପାଦନ ପାଇଁ ଏହାକୁ ମୁଖ୍ୟ କେନ୍ଦ୍ର ଭାବେ ଗଢ଼ାଯାଉଛି।
  • ଲଖନପୁର: ଟେକ୍ନିକାଲ୍-ଗ୍ରେଡ୍ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପଗୁଡ଼ିକ ପାଇଁ ଏହାକୁ ଗୁରୁତ୍ୱ ଦିଆଯାଉଛି।
କେବଳ ଧାତୁ କିମ୍ବା ଖଣିଜ ଉତ୍ପୋଳନ ମଧ୍ୟରେ ସୀମିତ ନ ରହି ଓଡ଼ିଶା ବର୍ତ୍ତମାନ ରାଜ୍ୟରେ ରାସାୟନିକ ଶିଳ୍ପର ଏକ ବିଶ୍ୱସ୍ତରୀୟ ହବ୍ ହେବା ଆଡ଼କୁ ଆଗେଇ ଚାଲିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦେଶର କିଛି ପ୍ରମୁଖ ଶିଳ୍ପପତିଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ଆଗାମୀ ଦିନରେ ରାଜ୍ୟରେ ଶିଳ୍ପାୟନ ଏବଂ ଯୁବକମାନଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *