Youth Congress Protest in Delhi: Burn Effigy of CEC Gyanesh Kumar/ଦିଲ୍ଲୀରେ ଯୁବ କଂଗ୍ରେସର ବିକ୍ଷୋଭ: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପୁତ୍ତଳିକା ଦାହ

ଦିଲ୍ଲୀରେ ଯୁବ କଂଗ୍ରେସର ବିକ୍ଷୋଭ: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପୁତ୍ତଳିକା ଦାହ

ନୂଆଦିଲ୍ଲୀ:
ଦଶହରା ଅବସରରେ ନୂଆଦିଲ୍ଲୀରେ ଭାରତୀୟ ଯୁବ କଂଗ୍ରେସ (IYC) ପକ୍ଷରୁ ଏକ ନିଆରା ପୋଲିଟିକାଲ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ବାଚନ ମଣ୍ଡଳୀ ଓ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ଯୁବ କଂଗ୍ରେସ କର୍ମୀମାନେ ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ମୁହଁ ଥିବା ରାବଣ ପୁତ୍ତଳିକା ଦାହ କରିଛନ୍ତି।
“ଭୋଟ୍ ଚୋରି କି ରାସଲୀଳା” ନାମରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଛିବଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଶୋଭାଯାତ୍ରା ବାହାର କରିଥିଲେ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ଗମ୍ଭୀର ଅଭିଯୋଗ ଆଣିବା ସହ ଜ୍ଞାନେଶ କୁମାର ତୁରନ୍ତ ପଦବୀରୁ ଇସ୍ତଫା ଦିଅନ୍ତୁ କିମ୍ବା ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି।
ଆଗାମୀ ଦିନରେ ଏହି ଭୋଟର ତାଲିକା ବିବାଦ ଓ ନିର୍ବାଚନ ସ୍ୱଚ୍ଛତାକୁ ନେଇ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *