Aadhaar Name Change: Check New UIDAI Guidelines/ବଦଳିଗଲା ଆଧାର କାର୍ଡ ନିୟମ: ଏବେ ନାଁ ବଦଳାଇବା ପାଇଁ ଲାଗିବ ଏହିସବୁ ନୂଆ ଡକ୍ୟୁମେଣ୍ଟ, ଜାଣନ୍ତୁ ନହେଲେ ଫସିବେ!

ଆଧାର କାର୍ଡରେ ନାଁ ବଦଳାଇବା ନିୟମରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁ କାମ ପାଇଁ ଲାଗିବ କେଉଁ ନୂଆ ଡକ୍ୟୁମେଣ୍ଟ
ଆଧାର କାର୍ଡରେ ନାମ ସଂଶୋଧନ କିମ୍ବା ପରିବର୍ତ୍ତନ କରିବା ନିୟମକୁ ଅଧିକ କଡ଼ାକଡ଼ି ଓ ସ୍ପଷ୍ଟ କରିଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI)। ଜାଲିଆତି ରୋକିବା ଏବଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ନୂଆ ନିୟମ ଅନୁସାରେ, ଆପଣ କେଉଁ ପ୍ରକାରର ନାଁ ବଦଳାଉଛନ୍ତି, ସେହି ଅନୁସାରେ ଅଲଗା ଅଲଗା ପ୍ରମାଣପତ୍ର (ଡକ୍ୟୁମେଣ୍ଟ) ଦେବାକୁ ପଡ଼ିବ।
କେଉଁ ପରିବର୍ତ୍ତନ ପାଇଁ କେଉଁ ଡକ୍ୟୁମେଣ୍ଟ ଦରକାର?
  • ସମ୍ପୂର୍ଣ୍ଣ ନାଁ ବଦଳାଇବା ପାଇଁ (Major Change): ଯଦି ଆପଣ ନିଜର ସମ୍ପୂର୍ଣ୍ଣ ନାଁ କିମ୍ବା ପ୍ରଥମ ନାଁ ବଦଳାଉଛନ୍ତି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ୍ (Gazette Notification) ସହ ପୁରୁଣା ଆଇଡି ପ୍ରୁଫ୍‌ ଦେବା ବାଧ୍ୟତାମୂଳକ।
  • ଛୋଟକାଟିଆ ଭୁଲ୍‌ ସୁଧାରିବା (Minor Change): ନାଁର ସ୍ପେଲିଂ ସୁଧାରିବା, ସରନେମ୍‌ ବା ମିଡିଲ୍ ନେମ୍ ଯୋଡ଼ିବା/ହଟାଇବା କିମ୍ବା ନାଁର କ୍ରମ ବଦଳାଇବା ପାଇଁ ସାଧାରଣ ବୈଧ ଆଇଡେଣ୍ଟିଟି ପ୍ରୁଫ୍ (PoI) ଯଥେଷ୍ଟ।
  • ବିବାହ କିମ୍ବା ବିବାହ ବିଚ୍ଛେଦ ପରେ: ମହିଳାମାନେ ବିବାହ କିମ୍ବା ଡାଇଭୋର୍ସ ପରେ ସରନେମ୍ ବଦଳାଇବା ପାଇଁ PoI ସହିତ ନିର୍ଦ୍ଦିଷ୍ଟ ଆଫିଡେଭିଟ୍ (Annexure D) କିମ୍ବା ବିବାହ ପ୍ରମାଣପତ୍ର ଦାଖଲ କରିବାକୁ ହେବ।
  • “ଉର୍ଫ” କିମ୍ବା ଆଲିଆସ୍‌ (Alias) ହଟାଇବା: ନାଁରୁ “ଉର୍ଫ” କିମ୍ବା ଡାକନାଁ ହଟାଇବା ପାଇଁ ଆଫିଡେଭିଟ୍ (Annexure E) ସହ ଆଇଡି ପ୍ରୁଫ୍ ଦେବାକୁ ପଡ଼ିବ।
  • ଡାଟା ଏଣ୍ଟ୍ରି ଭୁଲ୍ ସୁଧାର: ଆପଣ ସଠିକ୍ ପ୍ରମାଣପତ୍ର ଦେଇଥିଲେ ବି ଆଧାର ସେଣ୍ଟର ଭୁଲ୍‌ ଯୋଗୁଁ ନାଁ ଅସଂପୂର୍ଣ୍ଣ ରହିଥିଲେ, ଆଫିଡେଭିଟ୍ (Annexure B) ଦେଇ ଏହାକୁ ମାଗଣାରେ କିମ୍ବା ସଠିକ୍‌ ଉପାୟରେ ସୁଧାରିପାରିବେ।
  • ବିନା ଡକ୍ୟୁମେଣ୍ଟରେ ସୁଧାର: ନାଁରେ ବିନ୍ଦୁ (dot) ହଟାଇବା କିମ୍ବା ଇଂରାଜୀ ଅକ୍ଷର (Capital/Small letter) ସପାଇଁ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ନାହିଁ।
ଧ୍ୟାନ ଦେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କଥା:
ଜଣେ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ କେବଳ ଦୁଇଥର ନିଜ ଆଧାର କାର୍ଡରେ ନାଁ ବଦଳାଇପାରିବେ। ଏହି ନାମ ସଂଶୋଧନ ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ। ଡେମୋଗ୍ରାଫିକ୍ ଅପଡେଟ୍ ପାଇଁ ନିର୍ଦ୍ଧାରିତ ୭୫ ଟଙ୍କା ଦେୟ ଲାଗିବ।

Leave a Reply

Your email address will not be published. Required fields are marked *