‘Quockerwodger’: Shashi Tharoor Takes a Swipe at BJP with New Word/‘Quockerwodger’ (ରାଜନୈତିକ କଣ୍ଢେଇ): ଶବ୍ଦ ବାଣ ମାରି ବିଜେପିକୁ ଶଶି ଥରୁରଙ୍କ କଟାକ୍ଷ..

‘Quockerwodger’ ଶବ୍ଦ ମାଧ୍ୟମରେ ବିଜେପିକୁ ଶଶି ଥରୁରଙ୍କ ସମାଲୋଚନା
କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ନିଜର ଜଟିଳ ଇଂରାଜୀ ଶବ୍ଦକୋଷକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ‘Quockerwodger’ (କ୍ୱୋକରୱୋଡଜର) ଶବ୍ଦଟି ବ୍ୟବହାର କରି ଶାସକ ଦଳ ବିଜେପିକୁ ସମାଲୋଚନା କରିଛନ୍ତି ।
ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ କରି ଥରୁର ଏହି ଶବ୍ଦଟିକୁ “ଆମ ସମୟର ଶବ୍ଦ” ବୋଲି କହିଛନ୍ତି । ‘Quockerwodger’ର ଶାବ୍ଦିକ ଅର୍ଥ ହେଉଛି ଉନବିଂଶ ଶତାବ୍ଦୀର ଏକ କାଠ କଣ୍ଢେଇ, ଯାହାକୁ ସୂତା ସାହାଯ୍ୟରେ ନଚାଯାଏ । କିନ୍ତୁ ରାଜନୈତିକ ଭାଷାରେ ଏହାର ଅର୍ଥ ହେଉଛି — “ଅନ୍ୟର ନିର୍ଦ୍ଦେଶରେ ନାଚୁଥିବା ରାଜନୈତିକ କଣ୍ଢେଇ”
ଏହି ଶବ୍ଦର ସଂଜ୍ଞା ସେୟାର କରି ଥରୁର ଲେଖିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ଶାସକ ଦଳ ଏହିପରି ଅନେକ ନେତାଙ୍କୁ ଜନ୍ମ ଦେଇଛି ।
ନିଜର ଭାରୀ-ଭାରୀ ଇଂରାଜୀ ଶବ୍ଦ ପାଇଁ ଜଣାଶୁଣା ଥରୁର ପୂର୍ବରୁ ମଧ୍ୟ Farrago, Allodoxaphobia, ଏବଂ Troglodyte ଭଳି କଠିନ ଶବ୍ଦ ବ୍ୟବହାର କରି ବିରୋଧୀଙ୍କୁ ଘେରିସାରିଛନ୍ତି । ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *