Only 1 Vote! BJP Candidate’s Bizarre Loss in Rajasthan Local Body Elections/ମାତ୍ର ୧ଟି ଭୋଟ୍ ପାଇଲେ BJP ପ୍ରାର୍ଥୀ; କହିଲେ- ‘ମୋତେ ଜଣେ ହିଁ ସପୋର୍ଟ କଲା…

ମାତ୍ର ୧ଟି ଭୋଟ୍ ପାଇଲେ BJP ପ୍ରାର୍ଥୀ; କହିଲେ- ‘ମୋ ଭୋଟ୍ ମୋ ୱାର୍ଡରେ ଥିଲା, ଅନ୍ୟ କିଏ ଜଣେ ମୋତେ ଭୋଟ୍ ଦେଇଛି’

ନୂଆଦିଲ୍ଲୀ / ଜୟପୁର:

ରାଜସ୍ଥାନ ପୌର ନିର୍ବାଚନ ଫଳାଫଳ ଆସିବା ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡିଡୱାନା-କୁଚାମନ ଜିଲ୍ଲାର ପରବତସର ପୌରପାଳିକା ୱାର୍ଡ ନଂ ୧୩ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ କୈଳାସଚନ୍ଦ୍ର ମାତ୍ର ୧ଟି ଭୋଟ୍ ପାଇଛନ୍ତି। ଫଳାଫଳ ପରେ ସେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଏହି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ହୀନା ଖାନମ୍ ୩୭୬ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ରଶିଦ୍ ଖାନ୍ ୧୯୫ଟି ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

‘ଅନ୍ୟ ୱାର୍ଡରୁ ଲଢ଼ୁଥିଲି, ସେଥିପାଇଁ ୧ ଭୋଟ୍ ମିଳିଲା’

ମାତ୍ର ଗୋଟିଏ ଭୋଟ୍ ମିଳିବା ପ୍ରଶ୍ନରେ ପ୍ରତିକ୍ରିୟା ଦେଇ କୈଳାସଚନ୍ଦ୍ର କହିଛନ୍ତି, “ମୋର ନିଜ ଭୋଟ୍ ୱାର୍ଡ ନଂ ୧୨ରେ ଥିଲା। କିନ୍ତୁ ଦଳ ମୋତେ ପାଖ ୱାର୍ଡ ୧୩ରୁ ପ୍ରାର୍ଥୀ କରିଥିଲା। ତେଣୁ ମୁଁ ନିଜେ ନିଜକୁ ଭୋଟ୍ ଦେଇପାରିନଥିଲି। ମୋତେ ଯେଉଁ ୧ଟି ଭୋଟ୍ ମିଳିଛି, ସେହି ୱାର୍ଡର କୌଣସି ଜଣେ ଶୁଭଚିନ୍ତକ ମୋତେ ଭୋଟ୍ ଦେଇଛନ୍ତି।”

ଉଲ୍ଲେଖଯୋଗ୍ୟ ଯେ, ପରବତସର ପୌରପାଳିକାର ମୋଟ ୨୫ଟି ୱାର୍ଡ ମଧ୍ୟରୁ କଂଗ୍ରେସ ୧୩ଟିରେ ଜିତି ବହୁମତ ହାସଲ କରିଥିବା ବେଳେ ବିଜେପି ୧୨ଟି ୱାର୍ଡରେ ବିଜୟୀ ହୋଇଛି। କିନ୍ତୁ ବିଜେପି ପ୍ରାର୍ଥୀଙ୍କ ଏହି ଗୋଟିଏ ଭୋଟ୍ ମିଳିବା ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *