Baba Ramdev Demonstrates ‘Ayurvedic Hookah’ for Cold & Congestion; Doctors Raise Health Concerns/ଥଣ୍ଡା-କଫ ଭଲ କରିବ ‘ଆୟୁର୍ବେଦିକ ହୁକା’? ରାମଦେବଙ୍କ ଦାବି ପରେ ଡାକ୍ତର ଦେଲେ ଚେତାବନୀ

ବାବା ରାମଦେବଙ୍କ ‘ଆୟୁର୍ବେଦିକ ହୁକା’କୁ ନେଇ ଚର୍ଚ୍ଚା: ସୋସିଆଲ ମିଡିଆରେ ଭାଇରାଲ ଭିଡିଓ
ସୋସିଆଲ ମିଡିଆରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ଗୋଟିଏ ନୂଆ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଏକ ‘ଆୟୁର୍ବେଦିକ ହୁକା’ (ମୁଲେଠି ହୁକା) ତିଆରି କରି ଦେଖାଉଛନ୍ତି। ଯେଉଁଥିରେ ସାଧାରଣ ତମାଖୁ ବଦଳରେ ଯଷ୍ଟିମଧୁ (ମୁଲେଠି), ହଳଦୀ, ସୋରିଷ, ଦେଶୀ ଘିଅ, କାକଡ଼ା ସିଙ୍ଗୀ ଏବଂ କପୂର ଭଳି ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇଛି। ରାମଦେବଙ୍କ ଦାବି ଅନୁଯାୟୀ, ଏହି ସ୍ମୋକ୍ ବା ଧୂଆଁ ଶରୀରର ବାତ, ପିତ୍ତ ଓ କଫ ଶାନ୍ତ କରିବା ସହ ଥଣ୍ଡା-କଫ ଏବଂ ନାକ ବନ୍ଦ ସମସ୍ୟାରୁ ମୁକ୍ତି ଦିଏ।
ଏହି ଭିଡିଓ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ଦେଉଛନ୍ତି। କିଛି ଜଣ ମଜାଦାର କମେଣ୍ଟ କରି ଲେଖିଛନ୍ତି, “ବାବା ଆଜିକାଲିର ଯୁବପିଢ଼ିଙ୍କ ପସନ୍ଦ ବେଶ୍ ଭଲ ଭାବେ ବୁଝିଗଲେଣି!” ଆଉ କିଛି ଲୋକ ପତଞ୍ଜଳିର ‘ଶିଶା ଲାଉଞ୍ଜ’ ଖୋଲିବା ନେଇ ମଜାକ ମଧ୍ୟ କରୁଛନ୍ତି।
ତେବେ ଅନ୍ୟପଟେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ଯେକୌଣସି ଜିନିଷ ଜଳିଲେ ସେଥିରୁ ବାହାରୁଥିବା ଧୂଆଁ ଫୁସଫୁସ ପାଇଁ କ୍ଷତିକାରକ ହୋଇପାରେ, ତେଣୁ ବିନା ଡାକ୍ତରୀ ପରାମର୍ଶରେ ଏପରି କରିବା ଉଚିତ୍ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *