Minister’s Humanity at Telangana Assembly: Vakiti Srihari Administers CPR to Collapsed Official/ତେଲଙ୍ଗାନା ବିଧାନସଭାରେ ମନ୍ତ୍ରୀଙ୍କ ମାନବିକତା: ବେହୋସ୍ ଅଫିସରଙ୍କୁ ନିଜେ ଦେଲେ CPR..

ମନ୍ତ୍ରୀଙ୍କ ମାନବିକତା: ବିଧାନସଭା ପରିସରରେ ବେହୋସ୍ ଅଧିକାରୀଙ୍କୁ CPR ଦେଇ ଜୀବନ ବଞ୍ଚାଇଲେ ୱାକିଟି ଶ୍ରୀହରି


ହାଇଦ୍ରାବାଦ: ତେଲଙ୍ଗାନା ବିଧାନସଭା ପରିସରରେ ଆଜି ଏକ ସଂବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ (IAS) ନବୀନ ମିତ୍ତଲଙ୍କ ବ୍ୟକ୍ତିଗତ ସଚିବ (PS) ରାଜୁ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯିବାରୁ ସେଠାରେ ଆଫ୍ରାତଫ୍ରି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହା ଦେଖି ତେଲଙ୍ଗାନାର ପଶୁପାଳନ ମନ୍ତ୍ରୀ ୱାକିଟି ଶ୍ରୀହରି ବିନା କୌଣସି ବିଳମ୍ବରେ ତୁରନ୍ତ ଆଗେଇ ଆସିଥିଲେ। ସେ ସଂଗେ ସଂଗେ ଘଟଣାସ୍ଥଳରେ ରାଜୁଙ୍କୁ CPR (Cardiopulmonary Resuscitation) ଦେଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ଏହାପରେ ମେଡିକାଲ ଷ୍ଟାଫଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ମନ୍ତ୍ରୀଙ୍କ ଏହି ତତ୍କାଳ ପଦକ୍ଷେପ ଓ ଜୀବନ ରକ୍ଷାକାରୀ ସଂବେଦନଶୀଳତାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ସର୍ବସାଧାରଣରେ ତାଙ୍କର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *