Real-Life Heroics: Union Minister Suresh Gopi Forces Open Toll Plaza After Mass Jam/ସିନେମା ଷ୍ଟାଇଲରେ ମନ୍ତ୍ରୀଙ୍କ ଆକ୍ସନ୍:ଗାଡ଼ିରୁ ଓହ୍ଲାଇ ଗେଟ୍ ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ..

ଟୋଲ୍ ଗେଟ୍‌ରେ ପ୍ରବଳ ଜାମ୍: ନିଜେ ଓହ୍ଲାଇ ଗେଟ୍ ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ


ତ୍ରିଶୂର (କେରଳ): କେରଳର ତ୍ରିଶୂରସ୍ଥିତ ପାଲିୟେକ୍କରା ଟୋଲ୍ ପ୍ଲାଜାରେ ପ୍ରବଳ ଗାଡ଼ି ଜାମ୍ ଦେଖି ନିଜେ ଗାଡ଼ିରୁ ଓହ୍ଲାଇ ସବୁ ଟୋଲ୍ ଗେଟ୍ ଖୋଲିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସୁରେଶ ଗୋପୀ।
ସୂଚନା ଅନୁସାରେ, କୋଚି-ସାଲେମ୍ ଜାତୀୟ ରାଜପଥରେ ଥିବା ଏହି ଟୋଲ୍ ପ୍ଲାଜାରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ୍ ଲାଗିରହିଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ଯାତ୍ରୀ ନାହିଁ ନଥିବା ହଇରାଣ ହେଉଥିଲେ। ସେହି ବାଟ ଦେଇ ଗଲାବେଳେ ଏହି ଦୃଶ୍ୟ ଦେଖି ମନ୍ତ୍ରୀ ଆଉ ରହିପାରିନଥିଲେ। ନିଜ ସୁରକ୍ଷାକର୍ମୀ ଓ ପୋଲିସ ସହାୟତାରେ ସେ ଗେଟଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ଗାଡ଼ିଗୁଡ଼ିକୁ ବିନା ଟୋଲ୍‌ରେ ଛାଡ଼ିବାକୁ କହିଥିଲେ।
ଏହାପରେ କିଛି ସମୟ ପାଇଁ ବିନା କୌଣସି ଶୁଳ୍କରେ ସବୁ ଗାଡ଼ି ସହଜରେ ପାର୍ ହୋଇଯାଇଥିଲା, ଯାହା ଦ୍ୱାରା ଯାତ୍ରୀମାନେ ବଡ଼ ଆଶ୍ୱସ୍ତି ପାଇଥିଲେ। ନିୟମ ଅନୁସାରେ ଟୋଲ୍‌ରେ ଅତ୍ୟଧିକ ଜାମ୍ ହେଲେ ଗେଟ୍ ଖୋଲିଦେବା କଥା, କିନ୍ତୁ କର୍ତ୍ତୃପକ୍ଷ ତାହା କରୁନଥିବାରୁ ଏପରି ପଦକ୍ଷେପ ନେବାକୁ ପଡ଼ିଲା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *