World Tourism Day 2026: Sand Artist Manas Sahoo Crafts Stunning Animation in Puri/ବିଶ୍ୱ ପର୍ଯ୍ୟଟନ ଦିବସରେ ଶିଳ୍ପୀ ମାନସ ସାହୁଙ୍କ ସ୍ୱତନ୍ତ୍ର ଭେଟି..

ବିଶ୍ୱ ପର୍ଯ୍ୟଟନ ଦିବସରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୱତନ୍ତ୍ର ସ୍ୟାଣ୍ଡ ଆନିମେସନ୍
ପୁରୀ (ନ୍ୟୁଜ୍ ଡେସ୍କ): ସେପ୍ଟେମ୍ବର ୨୭, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ସ୍ୱତନ୍ତ୍ର ସ୍ୟାଣ୍ଡ ଆନିମେସନ୍ ନିର୍ମାଣ କରିଛନ୍ତି। ତାଙ୍କ ନିଜ ଷ୍ଟୁଡିଓରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ସେ ଏହି ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରିଛନ୍ତି।
ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଥିମ୍‌ “Digital Agenda and Artificial Intelligence to Redesign Tourism” (ପର୍ଯ୍ୟଟନର ନବକଳେବର ପାଇଁ ଡିଜିଟାଲ୍ ଓ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର) ରହିଛି। ଏହି ବିଷୟବସ୍ତୁକୁ ଆଧାର କରି ମାନସ ସାହୁ ତାଙ୍କ ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ଦର୍ଶାଇଛନ୍ତି ଯେ କିପରି ଆଜିର ଆଧୁନିକ ଟେକ୍ନୋଲୋଜି ଏବଂ ଏଆଇ (AI) ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି।
ଏହି କଳାକୃତି ମାଧ୍ୟମରେ ସେ ଭାରତର ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନର ସମୃଦ୍ଧ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ନିଜର ଏହି ନିଆରା କଳା ମାଧ୍ୟମରେ ମାନସ ସାହୁ ସଦାବେଳେ ଦେଶର ନାଁ ରଖିବା ସହ ପର୍ଯ୍ୟଟନର ପ୍ରସାର ପାଇଁ ବାର୍ତ୍ତା ଦେଇଆସୁଛନ୍ତି।

Leave a Reply

Your email address will not be published. Required fields are marked *