State-Level Wildlife Week 2026 Celebrated in Bhubaneswar with Key Conservation & Ecotourism Push/ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬: ଇକୋ-ଟୁରିଜମ୍‌ ଓ ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳିତ, ଇକୋ-ଟୁରିଜମ୍‌ ଓ ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ

ଭୁବନେଶ୍ୱର:
ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଜୈବବିବିଧତା ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ଓ ବନ୍ୟପ୍ରାଣୀ ସଂରକ୍ଷଣକୁ ଆଗକୁ ନେବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଚାନ୍ଦକା ଅଭୟାରଣ୍ୟର ‘ପିକକ୍ ଭ୍ୟାଲି’ ଓ ‘ନାଗେଶ୍ୱର ଡ୍ୟାମ୍’, ସିମିଳିପାଳ ଉତ୍ତର ଜୋନ୍‌, ଚିଲିକାର ‘କରାଖୋଲ’ ଏବଂ ସମ୍ବଲପୁର ଚିଡ଼ିଆଖାନାରେ ନୂଆ ଇକୋ-ଟୁରିଜମ୍ ପ୍ରକଳ୍ପ ସାଧାରଣତଃ ଲୋକାର୍ପିତ ହୋଇଛି । ଏହା ସହିତ ନନ୍ଦନକାନନ, ରାଜହଂସ, ବାଦମୂଳ ଓ ପେଣ୍ଠାରେ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି ।
ଜଙ୍ଗଲ ଓ ବନ୍ୟପ୍ରାଣୀ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ‘ସିଏମ୍-ଗ୍ରୋ’ (CM-GROW) ଗ୍ରାଣ୍ଟର ଶୁଭାରମ୍ଭ ହୋଇଛି । ଏହାସହ ‘ୱାଇଲ୍ଡଲାଇଫ୍ ଓଡ଼ିଶା-୨୦୨୬’, ‘ଦି ଲଙ୍ଗ୍ ୱାକ୍ ଟୁ ସିମିଳିପାଳ’ ଏବଂ ‘ମହାନଦୀରେ ଘଡ଼ିଆଳର ଜୀବନୀ’ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଓ ଗବେଷଣାତ୍ମକ ପୁସ୍ତିକା ଉନ୍ମୋଚିତ ହୋଇଛି ।
ଲୋକଙ୍କୁ ଜଙ୍ଗଲ ସହ ଯୋଡ଼ିବା ଏବଂ ସ୍ଥାନୀୟ ଲୋକଙ୍କ ଆଜୀବିକା ବୃଦ୍ଧି କରିବା ସହ ବନ୍ୟପ୍ରାଣୀ ସୁରକ୍ଷାକୁ ଆହୁରି ମଜବୁତ କରିବା ଏହି ସମସ୍ତ ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *