Rioting and Looting Grip France: PM Orders Targeted Curfews as Violence Escalates/ଫ୍ରାନ୍ସରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଭିନ୍ନ ସହରରେ କର୍ଫ୍ୟୁ, ବ୍ୟବସାୟୀଙ୍କ ପାଇଁ ସରକାରୀ ସହାୟତା ଘୋଷଣା

ଫ୍ରାନ୍ସରେ ଦେଖାଦେଇଥିବା ଭୟଙ୍କର ଅଶାନ୍ତି, ଭଙ୍ଗାରୁଜା ଏବଂ ଲୁଟ୍‌ପାଟ୍‌କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁ (Sébastien Lecornu) କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଦେଶର ବିଭିନ୍ନ ସହରରେ ସ୍ଥାନୀୟ ଏବଂ ସୀମିତ କର୍ଫ୍ୟୁ (localized curfews) ଲାଗୁ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ପ୍ରତିକ ହିଂସାକାଣ୍ଡରେ ଦେଶବ୍ୟାପୀ ପ୍ରାୟ ୨,୪୦୦ରୁ ଅଧିକ ଲୋକଙ୍କୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଗିରଫ କରାଯାଇଛି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀ ପ୍ୟାରିସ୍‌ ସମେତ ବିଭିନ୍ନ ବଡ଼ ସହରରେ ଦୋକାନ ବଜାର ଏବଂ ସରକାରୀ କୋଠାବାଡ଼ିଗୁଡ଼ିକୁ ଟାର୍ଗେଟ୍ କରାଯାଇ ବ୍ୟାପକ ଲୁଟ୍‌ପାଟ୍ ହୋଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ ନିଜ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ ମଧ୍ୟ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାହାକୁ ନାକଜ କରିଛନ୍ତି ଏବଂ ପୋଲିସର କାର୍ଯ୍ୟପନ୍ଥାରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି।
ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ମଧ୍ୟ ଯାଇପାରିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *