No Ethanol Blending in Diesel Due to Safety Concerns; Govt Considers Biofuel Option for Cooking/ଡିଜେଲରେ ମିଶିବନି ଇଥାନଲ୍; ରୋଷେଇ ଗ୍ୟାସ୍ ବିକଳ୍ପ ଭାବେ ବ୍ୟବହାର ପାଇଁ ସରକାରଙ୍କ ବିଚାର.

ଡିଜେଲରେ ମିଶିବନି ଇଥାନଲ୍; ରୋଷେଇ ଗ୍ୟାସ୍ ବିକଳ୍ପ ଭାବେ ବ୍ୟବହାର ପାଇଁ ସରକାରଙ୍କ ବିଚାର

ନୂଆଦିଲ୍ଲୀ:
ଡିଜେଲରେ ଇଥାନଲ୍ (Ethanol) ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ତୈଳ କମ୍ପାନୀଗୁଡ଼ିକର ପରୀକ୍ଷଣରୁ ଜଣାପଡ଼ିଛି ଯେ ଡିଜେଲରେ ଇଥାନଲ ମିଶାଇବା ଦ୍ୱାରା ଏହାର ‘ଫ୍ଲାସ୍-ପଏଣ୍ଟ’ (Flash point) କମିଯାଉଛି, ଯାହା ନିଆଁ ଲାଗିବାର ଆଶଙ୍କା ଓ ବିପଦକୁ ବଢ଼ାଇଦିଏ।
ତେବେ ଏହା ବଦଳରେ ବଳକା ଇଥାନଲକୁ ରୋଷେଇ ଗ୍ୟାସ୍ (LPG) ର ଏକ ସ୍ୱଚ୍ଛ ବିକଳ୍ପ ଇନ୍ଧନ ଭାବରେ ବ୍ୟବହାର କରିବା ପାଇଁ ସରକାର ବିଚାର କରୁଛନ୍ତି। ଏହା ଦ୍ୱାରା ଦେଶର LPG ଆମଦାନୀ ନିର୍ଭରଶୀଳତା କମିବ ବୋଲି ସଂସଦରେ ସୂଚନା ଦିଆଯାଇଛି। ଏଥିପାଇଁ ନିରାପତ୍ତା ମାନଦଣ୍ଡ ଓ ସ୍ୱତନ୍ତ୍ର ଚୁଲିର ବିକାଶ ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *