Major Setback for Netanyahu: Israel’s Arab Parties Back Eisenkot to Form Government/ନେତାନ୍ୟାହୁଙ୍କୁ ବଡ଼ ଝଟ୍‌କା: ଇସ୍ରାଏଲରେ ସରକାର ଗଢ଼ିବାକୁ ଆଇଜେନକୋଟ୍‌ଙ୍କୁ ଆରବ ଦଳଙ୍କ ସମର୍ଥନ

Israeli flag waving outside the Knesset building in Jerusalem

ନେତାନ୍ୟାହୁଙ୍କୁ ବଡ଼ ଝଟ୍‌କା: ଇସ୍ରାଏଲରେ ସରକାର ଗଢ଼ିବାକୁ ଆରବ ଦଳଗୁଡ଼ିକର ଆଇଜେନକୋଟ୍‌ଙ୍କୁ ସମର୍ଥନ

ଜେରୁଜାଲେମ୍[News Inshot]: ଇସ୍ରାଏଲ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ବଡ଼ ଝଟ୍‌କା ଦେଇ ବିରୋଧୀ ଦଳ ନେତା ପୂର୍ବତନ ସେନାପତି ଗାଡି ଆଇଜେନକୋଟ୍‌ (Gadi Eisenkot) ଙ୍କୁ ସରକାର ଗଢ଼ିବା ପାଇଁ ଆରବ-ନେତୃତ୍ୱାଧୀନ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି।
ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୧୨୦ ଆସନବିଶିଷ୍ଟ ଇସ୍ରାଏଲ ସଂସଦ (ନେସେଟ୍) ରେ ନେତାନ୍ୟାହୁଙ୍କ ମେଣ୍ଟ ବହୁମତ (୬୧ ଆସନ) ହାସଲ କରିବାରେ ବିଫଳ ହୋଇଥିଲା। ନେତାନ୍ୟାହୁଙ୍କ ଜାତୀୟତାବାଦୀ ମେଣ୍ଟ ୫୩ଟି ଆସନରେ ଅଟକି ଯାଇଥିବା ବେଳେ ଆଇଜେନକୋଟ୍‌ଙ୍କ ମେଣ୍ଟ ୪୮ଟି ଆସନ ଜିତିଥିଲା।
ତେବେ ୧୯ଟି ଆସନ ଜିତିଥିବା ଆରବ ଦଳ ‘ଜଏଣ୍ଟ ଲିଷ୍ଟ’ (୧୧) ଓ ‘ରାଆମ୍’ (୮) ଗାଡି ଆଇଜେନକୋଟ୍‌ଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ତାଙ୍କ ସମର୍ଥନ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଏହାଦ୍ୱାରା ନେତାନ୍ୟାହୁଙ୍କ କ୍ଷମତାକୁ ଫେରିବା ସ୍ୱପ୍ନ ଧୂଳିସାତ୍ ହୋଇଛି। ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଆଇଜେନକୋଟ୍‌ଙ୍କୁ ପ୍ରଥମେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ସମ୍ଭାବନା ସୃଷ୍ଟି ହୋଇଛି।
ଆଇଜେନକୋଟ୍‌ଙ୍କୁ ସରକାର ଗଢ଼ିବା ପାଇଁ ୨୮ ଦିନର ସମୟ ମିଳିବ, ମାତ୍ର ବିଭିନ୍ନ ବିଚାରଧାରାର ଦଳଗୁଡ଼ିକୁ ଏକାଠି ରଖି ନୂଆ ସରକାର ଚଳାଇବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ।

Leave a Reply

Your email address will not be published. Required fields are marked *