From Battlefield to Podium: Subedar Hokato Sema Bags Bronze at Asian Para Games/ମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇ ବି ଜିତିଲେ ମେଡାଲ: ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ସୁବେଦାର ହୋକାଟୋ ସେମା..

ଏସୀୟ ପାରା ଗେମ୍ସ 2026: ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ସେନାର ସୁବେଦାର ହୋକାଟୋ ସେମା
ଜାାପାନର ଆଇଚି-ନାଗୋୟା ଠାରେ ଚାଲିଥିବା 5ମ ଏସୀୟ ପାରା ଗେମ୍ସରେ ଭାରତ ପାଇଁ ଗର୍ବ ଆଣିଛନ୍ତି ଭାରତୀୟ ସେନାର ସୁବେଦାର ହୋକାଟୋ ହୋତୋଝେ ସେମା। ସେ ପୁରୁଷଙ୍କ ସିଟେଡ୍ ସଟ୍ ପୁଟ୍ (F56/F57) ବର୍ଗରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।


ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେ 14.65 ମିଟର ଦୂରକୁ ଗୋଲାଫୁଙ୍ଗା କରି ଏହି ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ସେ ପ୍ୟାରିସ୍ ପାରାଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଦେଶର ମୁଥ ଉଚ୍ଚା କରିଥିଲେ।


ଜୀବନର ସଂଘର୍ଷ ଓ ସଫଳତା:
ନାଗାଲାଣ୍ଡର ନିଉଲାଣ୍ଡ ଜିଲ୍ଲାର ପି. ଭିହୋତୋ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁବେଦାର ସେମା ଭାରତୀୟ ସେନାର ଆସାମ କର୍ପୋରେସନ୍‌ରେ ସେବା ଯୋଗାଉଥିଲେ। 2002 ମସିହାରେ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣରେଖା (LoC) ନିକଟରେ ଏକ ମାଇନ୍ ବିସ୍ଫୋରଣରେ ସେ ନିଜର ବାମ ଗୋଡ଼ ହରାଇଥିଲେ। କିନ୍ତୁ ଏହି ବଡ଼ ଦୁର୍ଘଟଣାକୁ ନିଜର ଦୁର୍ବଳତା ନକରି, ସେ ସେନା ପାରାଲିମ୍ପିକ୍ ନୋଡ୍ ମାଧ୍ୟମରେ ପାରା-ଆଥଲେଟିକ୍ସରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଜି ବିଶ୍ୱସ୍ତରରେ ଦେଶ ପାଇଁ ଗୌରବ ଆଣୁଛନ୍ତି।


ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *