CBI Chargesheet Names Reliance Comms & Former LIC Officer in Rs 3,750 Cr Diversion Probe/LICକୁ ୩,୭୫୦ କୋଟିର ଚୂନ: ରିଲାଏନ୍ସ RCom ଓ ୩ ବରିଷ୍ଠ ଅଧିକାରୀଙ୍କ ନାଁରେ CBIର କାର୍ଯ୍ୟାନୁଷ୍ଠାନ

୩,୭୫୦ କୋଟି ଟଙ୍କା ଠକେଇ ମାମଲା: ରିଲାଏନ୍ସ କମ୍ୟୁନିକେସନ୍ସ ଓ LICର ପୂର୍ବତନ ଅଧିକାରୀଙ୍କ ବିରୋଧରେ CBIର ଚାର୍ଜସିଟ୍
୩,୭୫୦ କୋଟି ଟଙ୍କାର ବଡ଼ ଧରଣର ଆର୍ଥିକ ହେରଫେର ମାମଲାରେ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (RCom) ଏବଂ ଏହାର ତିନି ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (CBI) ଚାର୍ଜସିଟ୍ ଦାଖଲ କରିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଏହି ରିପୋର୍ଟ ଦାଖଲ କରାଯାଇଛି ।
କାହା କାହା ନାଁରେ ଚାର୍ଜସିଟ୍?
ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟ୍‌ରେ —
ରିଲାଏନ୍ସ ଏଡିଏ (ADA) ଗ୍ରୁପର ଗ୍ରୁପ୍ ଏମଡି ଅମିତାଭ ଝୁନ୍‌ଝୁନ୍‌ୱାଲା
ରିଲାଏନ୍ସ କ୍ୟାପିଟାଲର ସିନିୟର ଭାଇସ୍ ପ୍ରେସିଡେଣ୍ଟ ବିଶ୍ୱାସ ଯୋଶୀ
ଏଲଆଇସି (LIC)ର ତତ୍କାଳୀନ ଚିଫ୍ ଇନଭେଷ୍ଟମେଣ୍ଟ ଅଫିସର ପି. ଭେଣୁଗୋପାଳ


ଘଟଣାଟି କ’ଣ ଥିଲା?


ଲାଇଫ୍ ଇନ୍‌ସୁରାନ୍ସ କୋର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ୨୦୧୨ ମସିହାରେ ରିଲାଏନ୍ସ କମ୍ୟୁନିକେସନ୍ସ ମିଛ ପ୍ରତିଶ୍ରୁତି ଓ ତଥ୍ୟ ଦେଇ ଏଲଆଇସି ନିକଟରୁ ୧,୫୦୦ କୋଟି ଟଙ୍କାର ‘ନନ୍-କନ୍‌ଭର୍ଟିବଲ୍ ଡିବେଞ୍ଚର’ (NCD) ନେଇଥିଲା । ତେବେ ଯେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ନିଆଯାଇଥିଲା, ସେଥିରେ ବ୍ୟବହାର ନକରି ରିଲାଏନ୍ସ ଏଡିଏ ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକୁ ସେହି ଅର୍ଥ ବାଟବଣା କରାଯାଇଥିଲା । ଏହାଦ୍ୱାରା LICର ପ୍ରାୟ ୩,୭୫୦ କୋଟି ଟଙ୍କାର ଅପୂରଣୀୟ କ୍ଷତି ହୋଇଥିବା CBI ଦର୍ଶାଇଛି ।
CBI ଚଳିତ ବର୍ଷ ଏପ୍ରିଲ ୧  LICର ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରିଥିଲା । ରିଲାଏନ୍ସ ADA ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଚାଲିଥିବା ବ୍ୟାପକ ତଦନ୍ତ ମଧ୍ୟରେ ଏହା ସିବିଆଇର ୮ମ ଚାର୍ଜସିଟ୍ । ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଏବଂ ବିଶ୍ୱାସଘାତକତା ଆଦି ସଙ୍ଗୀନ ଦଫା ଲଗାଯାଇଛି ।

Leave a Reply

Your email address will not be published. Required fields are marked *