[In Pics] OPCC Rallies in Bhubaneswar Demanding Removal of Chief Election Commissioner/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପଦତ୍ୟାଗ ଦାବି: ରାଜରାସ୍ତାକୁ ଓହ୍ଲାଇଲା ରାଜ୍ୟ କଂଗ୍ରେସ

  ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ, ଭୁବନେଶ୍ୱରରେ ବିଶାଳ ରାଲି ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ (CEC) ବହିଷ୍କାର ଦାବି ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଯାଇଛି। OPCC ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆଜି ପୂର୍ବାହ୍ନ ୧୦:୩୦ଟାରେ ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କ କାର୍ଯ୍ୟାଳୟ…

ASHA Workers' Massive Demonstration in Bhubaneswar

Braving the Downpour: ASHA Workers Hold Umbrella Protest Near Odisha Assembly/ବର୍ଷାକୁ ନେଇ ନାହିଁ ଖାତିର: ଓଡ଼ିଶା ବିଧାନସଭା ସମ୍ମୁଖରେ ଛାତା ଧରି ଆଶା କର୍ମୀଙ୍କ ବିକ୍ଷୋଭ

ବର୍ଷାରେ ଭିଜି ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶା କର୍ମୀ: ସରକାରୀ ମାନ୍ୟତା ସହ ୪ ଦଫା ଦାବିରେ ମହା ଆନ୍ଦୋଳନ ଭୁବନେଶ୍ୱର: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱରର ମାହାତ୍ମା ଗାନ୍ଧୀ ମାର୍ଗରେ ଦେଖିବାକୁ ମିଳିଛି ଆଶା କର୍ମୀଙ୍କ ବିଶାଳ ଆନ୍ଦୋଳନ। CITU ବ୍ୟାନରରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଶହ ଶହ ମହିଳା ଆଶା କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ହାତରେ ଛାତା…

Fake Paneer Scam in Cuttack: Haryana Lab Report Confirms Adulteration/କ୍ଷୀର ନୁହେଁ, ପନିରରେ ମିଶୁଛି ସାବୁନ୍-ମଇଦା: ହରିୟାଣା ଲ୍ୟାବ୍ ରିପୋର୍ଟ ସମସ୍ତଙ୍କୁ ଉଡ଼ାଇ ଦେଲା ନିନ୍ଦ!

ନିଆଳି ନକଲି ପନିର ଠକେଇ: ହରିୟାଣା ଲ୍ୟାବ୍ ରିପୋର୍ଟରୁ ସାଂଘାତିକ ସଚ୍ଚୋଟତା ଆସିଲା ସାମ୍ନାକୁ କଟକ: ଯଦି ଆପଣ ବଜାରରୁ ପନିର କିଣି ଖାଉଛନ୍ତି, ତେବେ ଟିକିଏ ସାବଧାନ ହୋଇଯାଆନ୍ତୁ। କଟକ ନିଆଳି ଅଞ୍ଚଳରେ ଚାଲିଥିବା ନକଲି ପନିର କାରବାରକୁ ନେଇ ଏବେ ଏକ ସାଂଘାତିକ ତଥ୍ୟ ପଦାକୁ ଆସିଛି। ନିଆଳିରୁ ଜବତ ହୋଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣା ଲ୍ୟାବ୍‌କୁ ପଠାଯାଇଥିବା ବେଳେ, ତାର ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି। ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ…

Assembly Uproar to Street Agitation: BJD Corner Government Over School Textbook Blunders/ବିଧାନସଭା ଭିତରେ ହଙ୍ଗାମା, ବାହାରେ ଧାରଣା: ବହି ଭୁଲ୍ ପ୍ରସଙ୍ଗରେ ଘେରାରେ ସରକାର

ପାଠ୍ୟପୁସ୍ତକ ଭୁଲ୍ ବିବାଦ: ବିଧାନସଭା ଭିତରେ ଓ ବାହାରେ ବିଜେଡିର ଗର୍ଜନ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍‌କୁ ନେଇ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିଗୁଡ଼ିକରେ ପ୍ରଚୁର ଭୁଲ୍‌ ଥିବା ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ଏବଂ ରାଜରାସ୍ତାରେ ପ୍ରବଳ ହଙ୍ଗାମା କରିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।…

Devadhara Organizes ‘Bharat Utsav’ in Bhubaneswar to Showcase Rich Odishi Tradition/’ଭାରତ ଉତ୍ସବ’: ଭୁବନେଶ୍ୱରରେ ଓଡ଼ିଶୀ ନୃତ୍ୟର ସମୃଦ୍ଧ ପରମ୍ପରା ପାଳିତ..

ଭୁବନେଶ୍ୱରରେ ଜମିଲା ‘ଭାରତ ଉତ୍ସବ’: ଓଡ଼ିଶୀ ନୃତ୍ୟର ଯାଦୁରେ ବିମୋହିତ ହେଲେ ଦର୍ଶକ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭାରତ ଉତ୍ସବ’। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଅଗ୍ରଣୀ ସଂସ୍ଥା ‘ଦେବଧାରା’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା, ଗୁରୁ ନିରଞ୍ଜନ ରାଉତ ଏବଂ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ସହ ତାଙ୍କ ଶିଷ୍ୟମାନେ ଚିତ୍ତାକର୍ଷକ…