World Tourism Day 2026: Sand Artist Manas Sahoo Crafts Stunning Animation in Puri/ବିଶ୍ୱ ପର୍ଯ୍ୟଟନ ଦିବସରେ ଶିଳ୍ପୀ ମାନସ ସାହୁଙ୍କ ସ୍ୱତନ୍ତ୍ର ଭେଟି..

ବିଶ୍ୱ ପର୍ଯ୍ୟଟନ ଦିବସରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୱତନ୍ତ୍ର ସ୍ୟାଣ୍ଡ ଆନିମେସନ୍ ପୁରୀ (ନ୍ୟୁଜ୍ ଡେସ୍କ): ସେପ୍ଟେମ୍ବର ୨୭, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ସ୍ୱତନ୍ତ୍ର ସ୍ୟାଣ୍ଡ ଆନିମେସନ୍ ନିର୍ମାଣ କରିଛନ୍ତି। ତାଙ୍କ ନିଜ ଷ୍ଟୁଡିଓରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ସେ ଏହି ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଥିମ୍‌ “Digital Agenda and Artificial…

CM Mohan Majhi Attends Friendship Cup 2026 at Kalinga Stadium, Bhubaneswar/କଳିଙ୍ଗ ଷ୍ଟାଡିୟମରେ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍: ଯୋଗଦେଲେ ମୁଖ୍ୟମନ୍ତ୍ରୀ, ବଢ଼ାଇଲେ ଖେଳାଳିଙ୍କ ଉତ୍ସାହ

କଳିଙ୍ଗ ଷ୍ଟାଡିୟମରେ ‘ଫ୍ରେଣ୍ଡସିପ୍ କପ୍-୨୦୨୬’: ଖେଳାଳିଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬। ଏହି ସ୍ୱତନ୍ତ୍ର କ୍ରୀଡ଼ା ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଶୁଭାରମ୍ଭ କରିବା ସହ ଖେଳାଳିମାନଙ୍କର ଉତ୍ସାହ ବଢ଼ାଇଛନ୍ତି। ଖେଳପଡ଼ିଆରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡ଼ା କେବଳ ପ୍ରତିଯୋଗିତା…

BCJD Protest Outside CEO Office: Protesters Demand Resignation of Chief Election Commissioner/ SIR ପ୍ରକ୍ରିୟାରେ ଅନିୟମିତତା: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ସିଇଓ ଅଫିସ୍ ଘେରାଉ କଲେ ବିଜୁ ଛାତ୍ର ଜନତା ଦଳ..

ଆଜି ବିଜୁ ଛାତ୍ର ଜନତା ଦଳ (BCJD) ର ସଦସ୍ୟମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଇଥିଲେ।ଭୋଟର ତାଲିକା ପୁନରୀକ୍ଷଣ (SIR) ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟର ନାମ ବାଦ୍ ପଡ଼ିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଏହି ‘ସିଇଓ ଅଫିସ୍ ଘେରାଉ’ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଅଭିଯୋଗ ଅନୁସାରେ, SIR ପ୍ରକ୍ରିୟାରେ ସ୍ୱଚ୍ଛତା ନରଖି ଚଞ୍ଚକତା କରି…

[In Pics] OPCC Rallies in Bhubaneswar Demanding Removal of Chief Election Commissioner/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପଦତ୍ୟାଗ ଦାବି: ରାଜରାସ୍ତାକୁ ଓହ୍ଲାଇଲା ରାଜ୍ୟ କଂଗ୍ରେସ

  ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ, ଭୁବନେଶ୍ୱରରେ ବିଶାଳ ରାଲି ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ (CEC) ବହିଷ୍କାର ଦାବି ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଯାଇଛି। OPCC ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆଜି ପୂର୍ବାହ୍ନ ୧୦:୩୦ଟାରେ ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କ କାର୍ଯ୍ୟାଳୟ…

ASHA Workers' Massive Demonstration in Bhubaneswar

Braving the Downpour: ASHA Workers Hold Umbrella Protest Near Odisha Assembly/ବର୍ଷାକୁ ନେଇ ନାହିଁ ଖାତିର: ଓଡ଼ିଶା ବିଧାନସଭା ସମ୍ମୁଖରେ ଛାତା ଧରି ଆଶା କର୍ମୀଙ୍କ ବିକ୍ଷୋଭ

ବର୍ଷାରେ ଭିଜି ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶା କର୍ମୀ: ସରକାରୀ ମାନ୍ୟତା ସହ ୪ ଦଫା ଦାବିରେ ମହା ଆନ୍ଦୋଳନ ଭୁବନେଶ୍ୱର: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱରର ମାହାତ୍ମା ଗାନ୍ଧୀ ମାର୍ଗରେ ଦେଖିବାକୁ ମିଳିଛି ଆଶା କର୍ମୀଙ୍କ ବିଶାଳ ଆନ୍ଦୋଳନ। CITU ବ୍ୟାନରରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଶହ ଶହ ମହିଳା ଆଶା କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ହାତରେ ଛାତା…